32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶନକ୍ସଲଙ୍କ ଚାପରେ ସହିଦଙ୍କ ଅନ୍ତିମ ସଂସ୍କାର ରୋକିଲେ ଗ୍ରାମବାସୀ

ନକ୍ସଲଙ୍କ ଚାପରେ ସହିଦଙ୍କ ଅନ୍ତିମ ସଂସ୍କାର ରୋକିଲେ ଗ୍ରାମବାସୀ

ଦାନ୍ତେୱାଡ଼ା : ଛତିଶଗଡ଼ର ଦାନ୍ତେୱାଡ଼ାରେ ବୁଧବାର ନକ୍ସଲ ଆକ୍ରମଣରେ ପ୍ରାଣ ହରାଇଥିବା ଜଣେ ସହିଦ ଯବାନଙ୍କ ଅନ୍ତିମ ସଂସ୍କାର ଗ୍ରାମବାସୀ ରୋକି ଦେଇଛନ୍ତି । ସହିଦ ଯବାନଙ୍କ ପାର୍ଥିବ ଶରୀର ଗ୍ରାମକୁ ଆଣିବା ପାଇଁ ଗ୍ରାମବାସୀ ମନା କରିଛନ୍ତି । ନକ୍ସଲ୍‌ଙ୍କ ଚାପରେ ଅନ୍ତିମ ସଂସ୍କାର କରିବାକୁ ଦିଆଯାଉନଥିବା କୁହାଯାଉଛି । ବୁଧବାରର ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନ ଦୁଲଗୋ ମଣ୍ଡାଭୀଙ୍କ ଦାଦାପୁର ଭାଇ ତଥା ଡିଆର୍‌ଜି ଯବାନ ମଙ୍ଗଲୁ ରାମ ମଣ୍ଡାଭୀ ଏହା କହିିଛନ୍ତି ।

ସେ କହିଛନ୍ତି, ଗୁରୁବାର ଗାଁର ସରପଞ୍ଚଙ୍କ ସହିତ କଥାବାର୍ତ୍ତା ବେଳେ ସହିଦଙ୍କ ଶବ ଗାଁକୁ ଆଣିବାକୁ ସେ ମନା କରିଦେଇଥିଲେ । ମଙ୍ଗଲୁ କହିଛନ୍ତି, ଏହା ପଛରେ ନକ୍ସଲଙ୍କ ଚାପ ରହିଛି । ସହିଦ୍ ଯବନା ଦୁଲଗୋ ମଣ୍ଡାଭୀଙ୍କ ପିତାଙ୍କୁ ନକ୍ସଲମାନେ ୨୦୧୭ରେ ହତ୍ୟା କରିଥିଲେ । ଅନ୍ୟପକ୍ଷରେ ବୁଧବାର ନକ୍ସଲ ଆକ୍ରମଣରେ ସହିଦ୍ ହୋଇଥିବା ୧୦ ଯବାନଙ୍କୁ ଗୁରୁବାର କାରଲୀ ପୁଲିସ ଲାଇନ୍‌ରେ ଅନ୍ତିମ ସଲାମ ଦିଆଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଏବଂ ଗୃହମନ୍ତ୍ରୀ ତାମ୍ରଧ୍ୱଜ ସାହୁ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକ୍ସଲ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking