32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଜେଲ୍‌ରୁ ମୁକୁଳିଲେ ଅଭିନେତ୍ରୀ କ୍ରିସନ୍ ପରେରା

ଜେଲ୍‌ରୁ ମୁକୁଳିଲେ ଅଭିନେତ୍ରୀ କ୍ରିସନ୍ ପରେରା

ମୁମ୍ବାଇ: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଶାରଜାହ ଜେଲ୍‌ରେ ଥିବା ବଲିଉଡ୍ ଅଭିନେତ୍ରା କ୍ରିସନ୍ ପରେରା ଖଲାସ ହୋଇଛନ୍ତି । କଥିତ ଭାବେ ଏକ ଡ୍ରଗ୍ସ ମାମଲାରେ ଫସାଯିବା ପରେ ଚଳିତ ମାସ ଆରମ୍ଭରେ ତାଙ୍କୁ ଗିରଫ କରାଯାଇଥିଲା । କ୍ରିସନ୍‌ଙ୍କ ଭାଇ କେଭିନ୍ ପରେରା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ଶେୟାର୍ କରିଛନ୍ତି, ଯେଉଁଥିରେ ଶାରଜାହ ଜେଲ୍‌ରୁ ଖଲାସ ହେବାପରେ ୨୭ ବର୍ଷୀୟା ଅଭିନେତ୍ରୀ ଭିଡିଓ କଲ୍ ନିଜ ମାଆଙ୍କ ସହିତ କଥା ହେଉଥିବା ଦେଖିବାକୁ ମିଳୁଛି । କ୍ରିସନ୍ ୪୮ ଘଣ୍ଟା ମଧ୍ୟରେ ମୁମ୍ବାଇ ପହଞ୍ଚିଯିବେ ବୋଲି ମୁମ୍ବାଇ ଜଏଣ୍ଟ ପୁଲିସ କମିଶନର୍ (କ୍ରାଇମ୍‌) ଲକ୍ଷ୍ମୀ ଗୌତମ କହିଛନ୍ତି ।

ଅଭିନେତ୍ରୀଙ୍କୁ ଏପ୍ରିଲ୍ ୧ ତାରିଖରେ ଶାରଜାହ ଏୟାରପୋର୍ଟରେ ଗିରଫ କରାଯାଇଥିଲା । ପରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଜାଣିବାକୁ ପାଇଥିଲା ଯେ ଏକ କୁକୁରକୁ ନେଇ ହୋଇଥିବା ଝଗଡ଼ା ପରେ ଅଭିନେତ୍ରୀଙ୍କୁ ପ୍ରତିଶୋଧ ପରାୟଣ ହୋଇ ଜଣେ ବେକରୀ ମାଲିକ ଫସାଇଥିଲେ । ପୁଲିସ ବେକରୀ ମାଲିକ ଆନ୍ଥୋନୀ ପଲ୍ ଏବଂ ତାଙ୍କୁ ସହଯୋଗ କରିଥିବା ଏକ ବ୍ୟାଙ୍କର ଆସିଷ୍ଟାଣ୍ଟ୍ ମ୍ୟାନେଜର ରାଜେଶ ବୋଭାଟେଙ୍କୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking