24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶସମଲିଙ୍ଗୀ ବିବାହ ପ୍ରସଙ୍ଗ; ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ପୂର୍ବତନ ଜଜ୍‌, ରାଷ୍ଟ୍ରଦୂତ ଓ ବ୍ୟୁରୋକ୍ରାଟ୍‌

ସମଲିଙ୍ଗୀ ବିବାହ ପ୍ରସଙ୍ଗ; ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ପୂର୍ବତନ ଜଜ୍‌, ରାଷ୍ଟ୍ରଦୂତ ଓ ବ୍ୟୁରୋକ୍ରାଟ୍‌

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ପ୍ରଦାନ ଦାବିରେ ଦାଖଲ ପିଟିସନ୍‌ର ସୁପ୍ରିମ୍‌କୋର୍ଟରେ ଶୁଣାଣି ଚାଲିଛି । ଇତିମଧ୍ୟରେ ଦେଶର ୧୨୧ ପୂର୍ବତନ ଜଜ୍‌, ଛଅଜଣ ପୂର୍ବତନ ରାଷ୍ଟ୍ରଦୂତଙ୍କ ସମେତ ୧୦୧ ପୂର୍ବତନ ବ୍ୟୁରୋକ୍ରାଟ୍ ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପତ୍ର ଲେଖିଛନ୍ତି । ସମଲିଙ୍ଗୀ ବ୍ୟକ୍ତିଙ୍କ ବିବାହକୁ ବୈଧତା ପ୍ରଦାନ ପାଇଁ କରାଯାଉଥିବା ଉଦ୍ୟମ ସେମାନଙ୍କୁ ଧକ୍କା ଦେଇଛି ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି । ଯଦି ଏହାକୁ ଅନୁମତି ଦିଆଯାଏ, ତେବେ ସାରା ଦେଶକୁ ଏହା ମୂଲ୍ୟ ଦେବାକୁ ପଡ଼ିବ ବୋଲି ପତ୍ରରେ କୁହାଯାଇଛି । ପତ୍ରରେ ଦର୍ଶାଯାଇଛି ଆମ ସମାଜ ସମଲିଙ୍ଗୀ ଯୌନ ସଂସ୍କୃତିକୁ ସ୍ୱୀକାର କରେନାହିଁ । ବିବାହ ଅନୁମତି ଦେବାପରେ ଏହା ସାଧାରଣ ହୋଇଯିବ ।

ଆମ ଉତ୍ତର ପିଢ଼ିଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହେବ । ଏହା ଦ୍ୱାରା ପରିବାର ଏବଂ ସମାଜ ନାମକ ସଂସ୍ଥାଗୁଡ଼ିକ ନଷ୍ଟ ହୋଇଯିବ । ଏ ସମ୍ପର୍କରେ କିଛି ବି ନିଷ୍ପତ୍ତି ନେବାର ଅଧିକାର କେବଳ ଜନତାଙ୍କ ପ୍ରତିନିଧିତ୍ୱ କରୁଥିବା ସଂସଦର ରହିଛି । ଅନୁଚ୍ଛେଦ ୨୪୬ରେ ବିବାହକୁ ଏକ ସାମାଜିକ ଆଇନଗତ ସଂସ୍ଥା ଭାବେ ଉଲ୍ଲେଖ କରାଯାଇଛି । ଏହା କେବଳ ସକ୍ଷମ ବିଧାୟିକା ଦ୍ୱାରା ରଚିତ, ସ୍ୱୀକୃତ ଏବଂ ଆଇନଗତ ମାନ୍ୟତା ପ୍ରଦାନ କରାଯାଇପାରିବ ବୋଲି ପତ୍ରରେ ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking