24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ରାମନବମୀ ହିଂସାକାଣ୍ଡ; ଏନ୍‌ଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଶ୍ଚିମବଙ୍ଗ ରାମନବମୀ ହିଂସାକାଣ୍ଡ; ଏନ୍‌ଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କୋଲ୍‌କାତା : ପବିତ୍ର ରାମନବମୀ ଦିନ ପଶ୍ଚିମବଙ୍ଗରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ଜାତୀୟ ଯାଞ୍ଚ୍ ଏଜେନ୍ସି (ଏନ୍‌ଆଇଏ) ଦ୍ୱାରା କରାଇବା ପାଇଁ କୋଲ୍‌କାତା ହାଇକୋର୍ଟ ଆଦେଶ ଦେଇଛନ୍ତି । ଏହା ସହିତ ଘଟଣା ସମୟର ସିସିଟିଭି ଫୁଟେଜ୍ ଜମା କରିବାକୁ ପୁଲିସକୁ କୋର୍ଟ କହିଛନ୍ତି । ଗତମାସରେ ରାମନବମୀ ସମାରୋହ ବେଳେ ପଶ୍ଚିମବଙ୍ଗର ହାୱଡ଼ାରେ ହିଂସାକାଣ୍ଡ ଘଟିଥିଲା ।

ଜିଲ୍ଲାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ବେଳେ କେତେକ ବାହନ ପୋଡ଼ାଯିବା ସହିତ ଟେକା ପଥର ମାଡ଼ ହୋଇଥିଲା । ଏହା ସହିତ କେତେକ ଦୋକାନ ମଧ୍ୟ ଭଙ୍ଗାରୁଜା କରାଯାଇଥିଲା । ହିଂସାକାଣ୍ଡ ବେଳେ କେତେକ ପୁଲିସ ବାହନ ସହିତ କେତେକ କାର୍ କ୍ଷତିଗ୍ରସ୍ତ ହୋଇଥିଲା । ଏହାପରେ ପୁଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking