27.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଚାର୍ଲସ୍‌ଙ୍କ ରାଜ୍ୟଭିଷେକରେ ମୁତୟନ ହେବେ ୬ ହଜାର ସୈନିକ

ଚାର୍ଲସ୍‌ଙ୍କ ରାଜ୍ୟଭିଷେକରେ ମୁତୟନ ହେବେ ୬ ହଜାର ସୈନିକ

ଲଣ୍ଡନ: ବ୍ରିଟେନ୍‌ର ରାଜା ଚାର୍ଲସ୍‌ଙ୍କ ରାଜ୍ୟାଭିଷେକରେ ୬ ହଜାର ବ୍ରିଟିଶ୍ ସୈନିକ ଭାଗନେବେ । ଏହା ଗତ ୭୦ ବର୍ଷ ମଧ୍ୟରେ ବ୍ରିଟେନ୍‌ରେ ସବୁଠୁ ବଡ଼ ସୈନିକ ମୁତୟନ ହେବ ବୋଲି ବ୍ରିଟେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ରାଜ୍ୟାଭିଷେକ ଅବସରରେ ରାଜା ଚାର୍ଲସ୍ ଏବଂ ରାଣୀ କାମିଲାଙ୍କୁ ବଙ୍କିମ୍‌ହାମ୍ ପ୍ୟାଲେସ୍ ଏବଂ ୱେଷ୍ଟମିନିଷ୍ଟର୍ ଏବେ ମଧ୍ୟରେ ହଜାର ହଜାର ସଂଖ୍ୟକ ସୈନିକ ଏସ୍‌କର୍ଟ କରିବେ ।

ଏହା ବ୍ୟତୀତ ନୂଆ ରାଜାଙ୍କୁ ଯୁଦ୍ଧପୋତ ଏବଂ ସାରା ଦେଶର ଆର୍ମି ବେସ୍‌ରୁ ଗନ୍ ସାଲ୍ୟୁଟ୍ ଦିଆଯିବ । ଏହା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମିଲିଟାରୀ ଏୟାରକ୍ରାଫ୍‌ଟ ‘ସ୍ପିଟ୍ ଫାୟର୍‌’ ଏବଂ ଆଧୁନିକ ଫାଇଟର୍ ଜେଟ୍‌ର ଫ୍ଲାଇ ପାଷ୍ଟ ପ୍ରଦର୍ଶନ କରାଯିବ । ମେ ୬ ତାରିଖରେ ହେବାକୁ ଥିବା ଏହି ରାଜ୍ୟାଭିଷେକ ସମାରୋହରେ କେବଳ ବ୍ରିଟିଶ୍ ସେନା ବ୍ୟତୀତ ୩୫ ରାଜ୍ୟଗୋଷ୍ଠୀ ଦେଶର ସୈନିକ ମଧ୍ୟ ଭାଗନେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking