25.1 C
Bhubaneswar
Monday, October 21, 2024
Homeଖେଳଆଇପିଏଲ୍‌-୧୬ରୁ ସୁନ୍ଦର ଆଉଟ୍‌

ଆଇପିଏଲ୍‌-୧୬ରୁ ସୁନ୍ଦର ଆଉଟ୍‌

ହାଇଦ୍ରାବାଦ: ଆଇପିଏଲ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ରତିନିଧିତ୍ୱ କରିଆସୁଥିବା ଅଲ୍‌ରାଉଣ୍ଡର୍ ୱାଶିଂଟନ୍ ସୁନ୍ଦର ଆଘାତଜନିତ କାରଣରୁ ବାଦ୍ ପଡ଼ିଛନ୍ତି । ହାମଷ୍ଟ୍ରିଙ୍ଗ୍ ଇନ୍‌ଜୁରୀର ଶିକାର ହେବା କାରଣରୁ ଚଳିତ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ରୁ ସେ ବଞ୍ଚିବା ହେବା ଫଳରେ ହାଇଦ୍ରାବାଦ ଦଳକୁ ଜବରଦସ୍ତ ଝଟ୍‌କା ଲାଗିଛି ।

ଚଳିତ ସଂସ୍କରଣର ପ୍ରାରମ୍ଭରୁ ଯଦିଓ ସୁନ୍ଦର ସଂଘର୍ଷ କରୁଥିବା ଦେଖାଯାଇଥିଲା, କିନ୍ତୁ ଗତ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଉଭୟ ବ୍ୟାଟ୍ ଆଉ ବଲ୍‌ରେ ସଫଳ ହୋଇ ଫର୍ମକୁ ଫେରିଥିଲେ । ଉକ୍ତ ମ୍ୟାଚ୍‌ରେ ସେ ୩ଟି ୱିକେଟ୍ ନେବା ସହ ମାତ୍ର ୧୫ ବଲ୍‌ରେ ୨୪ ରନ୍‌ର ଇନିଂସ ଖେଳିଥିଲେ ।

କିନ୍ତୁ ଚଳିତ ସଂସ୍କରଣରୁ ବାଦ୍ ପଡ଼ିବା ଫଳରେ ଏହି ପୂର୍ବତନ ଚାମ୍ପିଅନ୍ ଦଳ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ତାଙ୍କ ସେବାରୁ ବଞ୍ଚିତ ହେବ ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ ଟ୍ୱିଟର୍ ମାଧ୍ୟମରେ ଗୁରୁବାର ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଚଳିତ ସିଜନ୍‌ରେ ସୁନ୍ଦର ୭ଟି ମ୍ୟାଚ୍ ଖେଳି ୬୦ ରନ୍ କରିବା ସହ ୩ଟି ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking