25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଡବ୍‌ଲ୍ୟୁଟିସି ଫାଇନାଲ୍ ପାଇଁ ୫ ଷ୍ଟାଣ୍ଡବାଇ

ଡବ୍‌ଲ୍ୟୁଟିସି ଫାଇନାଲ୍ ପାଇଁ ୫ ଷ୍ଟାଣ୍ଡବାଇ

ମୁମ୍ବାଇ: ଆସନ୍ତା ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ସାଉଥ୍ ଲଣ୍ଡନସ୍ଥିତ ଦି ଓଭାଲ୍‌ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ସକାଶେ ଉଭୟ ବୋର୍ଡ ଖେଳାଳି ତାଲିକା ଘୋଷଣା କରିସାରିଛନ୍ତି । ତେବେ ସାମ୍ପ୍ରତିକ ସମୟରେ କୌଣସି ଦଳ ପାଇଁ ଷ୍ଟାଣ୍ଡବାଇ ଖେଳାଳି ନିହାତି ଜରୁରୀ ହୋଇପଡ଼ିଥିବା ବେଳେ ବିସିସିଆଇ ପକ୍ଷରୁ ଏହି ତାଲିକାରେ ୫ ଜଣ ଖେଳାଳିଙ୍କୁ ରଖାଯାଇଥିବା ଜନୈକ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ୫ ଜଣ ଖେଳାଳିଙ୍କ ମଧ୍ୟରେ ୨ ଜଣ ଲେଖାଏଁ ସ୍ପେଶାଲିଷ୍ଟ୍ ବ୍ୟାଟ୍ସମ୍ୟାନ୍ ଓ ବୋଲର୍ ଏବଂ ଜଣେ ୱିକେଟ୍‌କିପର୍‌-ବ୍ୟାଟମ୍ୟାନ୍ ରହିଛନ୍ତି । ସେମାନେ ହେଲେ ମୁମ୍ବାଇର ସର୍ଫରାଜ୍ ଖାନ୍ ଓ ମହାରାଷ୍ଟ୍ରର ଋତୁରାଜ ଗାଏକ୍ୱାଡ୍‌, ବେଙ୍ଗଲର ମୁକେଶ କୁମାର ଓ ଦିଲ୍ଲୀର ନବଦୀପ ସୈନୀ ଏବଂ ମୁମ୍ବାଇର ଈଶନ୍ କିଶନ୍ । ସେହିପରି ଫାଇନାଲ୍ ପୂର୍ବରୁ ଭାରତ ଏକ ୱାର୍ମଅପ୍ ମ୍ୟାଚ ମଧ୍ୟ ଖେଳିବ ।

ଏଥିରେ ଚଳିତ ଆଇପିଏଲ୍‌ର ପ୍ଲେଅଫ୍‌ରେ ସାମିଲ୍ ହେବାକୁ ନ ଥିବା ଖେଳାଳିମାନେ ଅଂଶଗ୍ରହଣ କରିବେ ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟପକ୍ଷରେ ଗତ ସୋମବାର ଟିମ୍ ଇଣ୍ଡିଆ ଘୋଷଣା ପରେ ଦଳକୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଆଜିଙ୍କ୍ୟ ରାହାଣେଙ୍କୁ ପ୍ରତ୍ୟାବର୍ତ୍ତନର ସୁଯୋଗ ଦିଆଯାଇଥିବା ବେଳେ ଏନେଇ ବିସିସିଆଇ ପକ୍ଷରୁ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର୍ କିଙ୍ଗ୍‌ସର ନେତୃତ୍ୱ ନେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ପରାମର୍ଶ ନିଆଯାଇଥିଲା । ସୂଚନାଯୋଗ୍ୟ ଯେ ଚଳିତ ଆଇପିଏଲ୍‌ରେ ରାହାଣେ ଚେନ୍ନାଇ ପକ୍ଷରୁ ଖେଳୁଛନ୍ତି ଓ ତାଙ୍କ ଦମ୍‌ଦାର ବ୍ୟାଟିଂ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking