31.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶକ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଲା ୪୮ ଔଷଧ!

କ୍ୱାଲିଟି ଟେଷ୍ଟରେ ଫେଲ୍ ମାରିଲା ୪୮ ଔଷଧ!

ନୂଆଦିଲ୍ଲୀ : ଆପଣ ଯଦି କୌଣସି ରୋଗ ପାଇଁ ମେଡିସିନ୍ ସେବନ କରୁଛନ୍ତି, ଏଣିକି ଏହାକୁ ଭଲ ଭାବରେ ଚେକ୍ କରି ନିଅନ୍ତୁ । କାରଣ ଦେଶରେ ୪୮ ଔଷଧ କ୍ୱାଲିଟି ଟେଷ୍ଟ(ମାନ ପରୀକ୍ଷା)ରେ ଫେଲ୍ ମାରିଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ ଆଣ୍ଡ୍ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ସୂଚନା ଦେଇଛି । ଏହିସବୁ ଔଷଧ ନିର୍ଦ୍ଧାରିତ ମାନ ପରୀକ୍ଷାରେ ଫେଲ୍ ହୋଇଛି । ନ୍ୟାସନାଲ ଡ୍ରଗ୍ ରେଗୁଲେଟର ଅନୁସାରେ, ଦେଶରେ ଥିବା ବିଭିନ୍ନ ଉତ୍ପାଦନ ୟୁନିଟ୍ରୁ ୧୪୯୭ ଔଷଧର ସାମ୍ପଲକୁ ପରୀକ୍ଷା ପାଇଁ ନିଆଯାଇଥିଲା ।

ଏସବୁ ଔଷଧ ଗୁଡ଼ିକୁ ପରୀକ୍ଷା କରାଯିବା ବେଳେ ୧୪୪୯ ଔଷଧର କ୍ୱାଲିଟି ଠିକ୍ଠାକ୍ ଥିବାବେଳେ ୪୮ ଔଷଧର କ୍ୱାଲିଟି ନିର୍ଦ୍ଧାରିତ ଷ୍ଟାଣ୍ଡାର୍ଡରୁ କମ୍ ଥିବା ଜଣାପଡ଼ିଥିଲା । ଯେତେବେଳେ ଏହିସବୁ ଔଷଧ ପରୀକ୍ଷା କରାଯାଇଥିଲା, ଜଣାପଡ଼ିଥିଲା ଏସବୁକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ସାମଗ୍ରୀ ମାନକ ସ୍ତରରେ ନଥିଲା । ଉପାଦାନ ଗୁଡ଼ିକରେ କିଛି ଗଡ଼ବଡ଼ ଥିବା ଜଣାପଡ଼ିଥିଲା । ଫଳରେ ଏହା ମାନ ପରୀକ୍ଷାରେ ଫେଲ୍ ମାରିଥିଲା । ତେବେ ସରକାର ଖରାପ ଔଷଧ ଉତ୍ପାଦାନ ମାମଲାରେ ୧୮ ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking