28.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆଉ ଜଣେ ଲେଖିକା

ଟ୍ରମ୍ପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଆଉ ଜଣେ ଲେଖିକା

ଓ୍ବାଶିଂଟନ: ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେଉଛନ୍ତି ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ ମାମଲା । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏବେ ଆଉ ଜଣ ଲେଖିକା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆମେରିକା ଅଦାଲତରେ ଜଣେ ଲେଖିକା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, “ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ୩୦ ବର୍ଷ ପୂର୍ବ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିଲେ ।”

ଲେଖିକା ଜୀନ କୈରୋଲ ମୈନହଟାନର ଫେଡେରାଲ କୋର୍ଟର ଏକ ଖଣ୍ଡପୀଠକୁ କହିଛନ୍ତି, “ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ୩୦ ବର୍ଷ ପୂର୍ବେ ଦୁଷ୍କର୍ମ କରିଥିଲେ । ମୁଁ ଯେତେବେଳେ ଏହି ବିଷୟରେ ସର୍ବସାଧାରଣରେ ଲେଖିଥିଲି, ସେତେବେଳେ ସେ ମୋତେ ମିଥ୍ୟାବାଦୀ ବୋଲି କହିଥିଲେ । ଫଳରେ ମୋର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିଥିଲା । ମୁଁ ମୋର ସାମାଜିକ ପ୍ରତିଷ୍ଠା ଫେରାଇ ଆଣିବା ପାଇଁ ଆଜି କୋର୍ଟ ଆସିଛି ।” ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking