ନୂଆଦିଲ୍ଲୀ: କକ୍ପିଟ୍ ମଧ୍ୟରେ ଜଣେ ମହିଳା ଯାତ୍ରୀଙ୍କୁ ପ୍ରବେଶ ସୁଯୋଗ ଦେଇ ଏୟାର ଇଣ୍ଡିଆର ପାଇଲଟ୍ ଓ ବିମାନ କର୍ମଚାରୀଙ୍କୁ ଅଡୁଆ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଛି । ଫେବୃଆରୀ ୨୭ରେ ଦିଲ୍ଲୀରୁ ଦୁବାଇ ଯାଉଥିବା ବିମାନରେ ଏହି ଘଟଣା ଘଟିଥିଲା । ତେବେ ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ)ଙ୍କ ନିର୍ଦ୍ଦେଶକ୍ରମେ ସଂପୃକ୍ତ ପାଇଲଟ୍ ଓ ବିମାନ କର୍ମଚାରୀ (କିଉ)ଙ୍କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିଲମ୍ବନ କରାଯାଇଛି ।
ଘଟଣା ଦିନ ଉକ୍ତ ବିମାନର ମୁଖ୍ୟ ପାଇଲଟ୍ଙ୍କ ବାନ୍ଧବୀ ସେହି ବିମାନରେ ଯାତ୍ରା କରୁଥିଲେ । ତେବେ ନିୟମ ଉଲ୍ଲଂଘନ କରି ପାଇଲଟ୍ ଜଣକ କକ୍ପିଟ୍ ମଧ୍ୟକୁ ମହିଳାଙ୍କୁ ଆମନ୍ତ୍ରଣ କରିଥିଲେ । ଜଣେ କ୍ୟାବିନ କ୍ରିଉଙ୍କ ଅଭିଯୋଗକୁ ଆଧାର କରି ଡିଜିସିଏ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି ।