27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପୁଲିସ ସହ ସଂଘର୍ଷରେ ଦୁଇ ମହିଳା ନକ୍ସଲ ମୃତ

ପୁଲିସ ସହ ସଂଘର୍ଷରେ ଦୁଇ ମହିଳା ନକ୍ସଲ ମୃତ

ବାଲାଘାଟ: ମଧ୍ୟପ୍ରଦେଶର ନକ୍ସଲ୍ ପ୍ରଭାବିତ ବାଲାଘାଟରେ ଶୁକ୍ରବାର ରାତିରେ ପୁଲିସ ଓ ନକ୍ସଲ୍‌ଙ୍କ ମଧ୍ୟରେ ସଂଘର୍ଷ ଘଟି ଦୁଇ ମହିଳା ନକ୍ସଲ ପ୍ରାଣ ହରାଇଛନ୍ତି । ମୃତ ନକ୍ସଲ ଦୁହେଁ ହେଲେ ବିସ୍ତାର ଦଲମ୍‌ର ଏରିଆ କମାଣ୍ଡର୍ ସୁନୀତା ଓ ଗାର୍ଡ ସରିତା । ଦୁହିଁଙ୍କ ଉପରେ ୧୪-୧୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଏନ୍‌କାଉଣ୍ଟରରେ ସାମିଲ ଯବାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବାଲାଘାଟ ଜିଲ୍ଲା ଗଢ଼ି ଥାନାଞ୍ଚଳର କଦଲା ଜଙ୍ଗଲରେ ହକ୍‌ଫୋର୍ସ ଓ ନକ୍ସଲ୍‌ଙ୍କ ମଧ୍ୟରେ ଏହି ସଂଘର୍ଷ ଘଟିଥିବା ଏସ୍‌ପି ସମୀର ସୌରଭ ସୂଚନା ଦେଇଛନ୍ତି । ପୂର୍ବରୁ ଭୋରମ୍ ଦେବରେ ଏରିଆ କମାଣ୍ଡର୍ ଥିବା ସୁନୀତା ବର୍ତ୍ତମାନ ବିସ୍ତାର ଦଲମ୍‌ରେ କାମ କରୁଥିଲା । ସେହିପରି ନକ୍ସଲ୍ କବୀରର ଗାର୍ଡ ରହିଆସିଥିବା ସରିତା ଖଟିୟା ମୋଚା ଦଲମ୍‌ରେ ମଧ୍ୟ କାମ କରିଥିଲା । ସେ ବର୍ତ୍ତମାନ ବିସ୍ତାର ଦଲମ୍‌ରେ ସକ୍ରିୟ ଥିଲା । ଦୁହିଁଙ୍କ ଶବ ସହିତ ପୁଲିସ ସେମାନଙ୍କୁ ନିକଟରୁ ବନ୍ଧୁକ, ଗୁଳି, ବିପଳ ମାତ୍ରାରେ ନକ୍ସଲ୍ ସାହିତ୍ୟ ଏବଂ ଖାଦ୍ୟ-ପାନୀୟ ସାମଗ୍ରୀ ଜବତ କରିଛି । ଘଟଣା ପରେ ବାଲାଘାଟ ପୁଲିସ ଜଙ୍ଗଲରେ ତଲାସୀ ଅଭିଯାନ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking