17.1 C
Bhubaneswar
Monday, November 25, 2024
Homeଓଡିଶାରେଳ ବଗିରେ ମହିଳାଙ୍କୁ ହତ୍ୟା ମାମଲା; ଜବତ ହେଲା ମୋବାଇଲ

ରେଳ ବଗିରେ ମହିଳାଙ୍କୁ ହତ୍ୟା ମାମଲା; ଜବତ ହେଲା ମୋବାଇଲ

ଭୁବନେଶ୍ୱର: ଭୁବନେଶ୍ୱର-ଧାନବାଦ ଏକ୍ସପ୍ରେସରୁ ପରିଚୟ ବିହିନ ମହିଳାଙ୍କୁ ହତ୍ୟା କରିବା ମାମଲାରେ ପୁଲିସ ତଦନ୍ତ ଦ୍ୱିତୀୟ ଦିନରେ ପହଞ୍ଚିଛି । ହେଲେ ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବର ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ସମ୍ପୃକ୍ତ ମହିଳାଙ୍କ ଶବକୁ ଆଜି କ୍ୟାପିଟାଲ ହସ୍ପିଟାଲରେ ପୋଷ୍ଟ ମଟମ୍ କରାଯାଇଛି ।

ପୁଲିସ ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି । ରିପୋର୍ଟ ମିଳିବା ପରେ ହତ୍ୟାର କାରଣ ସମ୍ପର୍କରେ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ ଉକ୍ତ ବଗୀର ଡଷ୍ଟବିନରୁ ଏକ ମୋବାଇଲ ଫୋନ୍ ମିଳିଛି । ମୋବାଇଲଟି ସମ୍ପୃକ୍ତ ମହିଳାଙ୍କର କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଯଦି ଏହା ମହିଳାଙ୍କ ମୋବାଇଲ ହୋଇଥିବା ତେବେ ଉକ୍ତ ମୋବାଇଳ ପୁଲିସ ପାଇଁ ଏକ ବଡ଼ ସୁରାକ ବୋଲି କୁହାଯାଉଛି । ତେବେ ଉକ୍ତ ମୋବାଇଲଟିରେ ପାଣି ପଶି ଯାଇଥିବାରୁ ଗୋଟିଏ ଦିନ ପରେ ଫୋନ୍ ଅନ୍ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି । ନ ହେଲେ ଫୋନ୍‌ଟି ନଷ୍ଟ ହୋଇଯିବ ଏବଂ ମହିଳାଙ୍କ ସମ୍ପର୍କରେ କିଛି ବି ଜଣାପଡିବ ନାହିଁ ।

ତେବେ ଉକ୍ତ ଫୋନ୍‌ଟି ମୃକକଙ୍କର କିମ୍ବା ଆଉ କାହାର ଫୋନ୍ ଅନ୍ ହେବା ପରେ ଜଣାପଡିବ । ସେହିପରି ଗତକାଲି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିଥିବା ନେଇ କୁହାଯାଉଥିଲା । ହେଲେ ପୁଲିସର ପ୍ରାଥମିକ ତଦନ୍ତରୁ ଦୂଷ୍କର୍ମରେ ସମ୍ପର୍କରେ କିଛି ବି ସୁରାକ ମିଳି ପାରି ନାହିଁ । ଅନ୍ୟପକ୍ଷରେ ଧାନବାଦ ଏକ୍ସପ୍ରେସ ଟ୍ରେନ୍‌ରୁ ଉକ୍ତ ବଗୀଟିକୁ ସାଇଣ୍ଟିଫିକ୍ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିଛି । ପୁଲିସ ମଧ୍ୟ ବଗିଟିକୁ ଯାଞ୍ଚ କରିଛି ହେଲେ ସମ୍ପୃକ ମହିଳାଙ୍କ ଲଗେଜ୍ କିମ୍ବା ମହିଳା ବ୍ୟବହାର କରୁଥିବା କୌଣସି ଜିନିଷ ମଧ୍ୟ ମିଳି ପାରି ନାହିଁ ।

ତେଣୁ ଅଧିକ ଯାଞ୍ଚ ପାଇଁ ପୁଲିସ ଉକ୍ତ ବଗିଟିକୁ ଟ୍ରେନରୁ ଅଲଗା କରିଦେଇଛି । ଏହାକୁ ଆଉ ଥରେ ଭଲଭାବେ ଯାଞ୍ଚ କରାଯିବ । ଯାଞ୍ଚ କରାଯିବା ପରେ ବଗୀଟିକୁ ରେଳୱେକୁ ଫେରାଇ ଦିଆଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଅନ୍ୟ ପକ୍ଷରେ ଟ୍ରେନ ରହିଥିବା ବିଭିନ୍ନ ଷ୍ଟେସନରୁ ସିସିଟିଭି ଫୁଟେଜ ମଗାଯାଇଛି । ସିସିଟିଭି ଫୁଟେଜ ଆଧାରରେ ଜଣାପଡିବ ଯେ ମହିଳା ଜଣଙ୍କ କେଉଁ ଷ୍ଟେସନରୁ ଧାବାଦ ଏକ୍ସପ୍ରେସରେ ଚଢିଲେ । କିଛି ଷ୍ଟେସନର ସିସିଟିଭି ଫୁଟେଜ ପୁଲିସର ହସ୍ତଗତ ହୋଇଥିଲେ ମଧ୍ୟ ଆଉ କେତେକ ଷ୍ଟେସନର ସିସିଟିଭି ତଥ୍ୟ ମିଳି ପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking