ଭୁବନେଶ୍ୱର: ବିଦ୍ୟୁତ ଆଘାତରେ ଚାଲିଗଲା ୨ ନାବାଳକଙ୍କ ଜୀବନ । ଚଢ଼େଇକୁ ଧରିବାକୁ ଗଛ ଉପରକୁ ଚଢ଼ିଗଲେ୨ ନାବାଳକ। ହେଲେ ସେମାନେ ବା କିପରି ଜାଣିବେ ଗଛ ଉପରେ ମୃତ୍ୟୁ ତାଙ୍କୁ ଅପେକ୍ଷା କରିଛି। ଗଛ ଉପରକୁ ଚଢ଼ି ଯାଇ ଚଢ଼େଇ ଧରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ନାବାଳକଙ୍କ ଚାଲିଗଲା ଜୀବନ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଦ୍ୱୟ ହେଲେ କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମି ଓ ମାଙ୍ଗା ମାଡି। ଜଣଙ୍କୁ ୭ବର୍ଷ ହୋଇଥିବା ବେଳେ ଜଣଙ୍କୁ ୯ବର୍ଷ ହୋଇଥିଲା।