28.1 C
Bhubaneswar
Saturday, October 19, 2024
Homeଓଡିଶାବିକ୍ଷୋଭ ବେଳେ ପୁଲିସ ସହ ଧସ୍ତାଧସ୍ତି ମାମଲା; ୨୨ ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ଜାମିନ୍ ଦେଲେ...

ବିକ୍ଷୋଭ ବେଳେ ପୁଲିସ ସହ ଧସ୍ତାଧସ୍ତି ମାମଲା; ୨୨ ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ଜାମିନ୍ ଦେଲେ ହାଇକୋର୍ଟ

କଟକ : ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚାର ୨୨ ଜଣ ନେତାଙ୍କୁ ହାଇକୋର୍ଟ ଆଜି ଜାମିନ୍ ପ୍ରଦାନ କରିଛନ୍ତି । ବିଚାରପତି ସଙ୍ଗମ କୁମାର ସାହୁ ଜାମିନ ଆବେଦନର ଉପରେ ଶୁଣାଣି କରି ଦୀର୍ଘ ୨ ମାସ ଧରି ଜେଲ୍‌ରେ ଥିବା ଉକ୍ତ ଆନ୍ଦୋଳନକାରୀ ନେତାମାନଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ମାମଲାର ବିବରଣୀରୁ ପ୍ରକାଶ ଯେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ କେନ୍ଦ୍ର କରି ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଥିବା ନେଇ ବିଜେପି ଯୁବମୋର୍ଚ୍ଚା ନେତାମାନେ ଭୁବନେଶ୍ୱରରେ ଗତ ଫେବୃୟାରୀ ୨୮ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସେମାନେ ରାଜ୍ୟ ବିଧାନସଭା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲେ । ହେଲେ ଯୁବମୋର୍ଚ୍ଚା କର୍ମୀମାନେ ପୁଲିସ ସହ ଧସ୍ତାଧସ୍ତି କରି ଆଗକୁ ଯିିବାକୁ ଉଦ୍ୟମ କରିଥିଲା ବେଳେ ସେଠାରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ପୁଲିସ ପ୍ରତି ବେଆଇନ ଆଚରଣ କରିବା ଅଭିଯୋଗରେ ପୁଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ନିମ୍ନ ଅଦାଲତରେ ଜାମିନ୍ ନାମଞ୍ଜୁର ହେବାରୁ ଆନ୍ଦୋଳକାରୀ ୨୨ଜଣ ନେତାଙ୍କୁ ବିଚାର ବିଭାଗୀୟ ଜେଲ୍‌କୁ ପଠାଇ ଦିଆଯାଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ ପିତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking