27.1 C
Bhubaneswar
Saturday, October 19, 2024
Homeଖେଳଗ୍ୟାରୀ ବାଲାନ୍ସଙ୍କ ଅବସର

ଗ୍ୟାରୀ ବାଲାନ୍ସଙ୍କ ଅବସର

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଗ୍ୟାରୀ ବାଲାନ୍ସ ବୁଧବାର କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରୁ ଅବସର ଘୋଷଣା କରିଛନ୍ତି । ବାଲାନ୍ସ ୟର୍କଶାୟର୍ ଟିମ୍‌ରୁ ରିଲିଜ୍ ହେବା ପରେ ତାଙ୍କ ଜନ୍ମସ୍ଥାନ ଜିମ୍ବାୱେ ପ୍ରତ୍ୟାବର୍ତ୍ତନ କରି ଦୁଇବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲେ । ସେ ଜିମ୍ବାୱେ ପକ୍ଷରୁ ଗୋଟିଏ ଲେଖାଏଁ ଟେଷ୍ଟ୍ ଓ ଟି-୨୦ ସହ ୫ଟି ଦିନିକିଆ ଖେଳିଛନ୍ତି ।

ସେହିପରି ବାଲାନ୍ସ ଇଂଲଣ୍ଡ ପାଇଁ ଟେଷ୍ଟ୍ କ୍ରିକେଟ୍‌ରେ ୫ଟି ଶତକ ହାସଲ କରିଛନ୍ତି । ତାଙ୍କର ସଦ୍ୟ ଶତକ ଜିମ୍ବାୱେ ପକ୍ଷରୁ ଖେଳିବା ଅବସରରେ ଆସିଥିଲା, ଯେଉଁଥିରେ ବାଲାନ୍ସ ୧୩୭ ରନ୍ କରି ଅପରାଜିତ ଥିଲେ । ଇଂଲଣ୍ଡ ପକ୍ଷରୁ ବାଲାନ୍ସ ୨୩ଟି ଟେଷ୍ଟ୍ ଖେଳିଛନ୍ତି । ୨୦୧୪ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପ୍ରବେଶ କରିବା ପରେ ବାଲାନ୍ସ ଇଂଲଣ୍ଡ ପାଇଁ ୪ଟି ଟେଷ୍ଟ୍ ଶତକ ଓ ୭ଟି ଅର୍ଦ୍ଧଶତକ ସହ ମୋଟ ୧୪୯୮ ରନ୍ କରିଛନ୍ତି ।

ଏହାଛଡ଼ା ୨୦୧୪ ଓ ୨୦୧୫ ସିଜନ୍‌ରେ ସେ ୟର୍କଶାୟାର୍ ପାଇଁ କାଉଣ୍ଟି ଚାମ୍ପିଅନ୍‌ଶିପ୍ ମଧ୍ୟ ଜିତିଛନ୍ତି । ଗତ ବର୍ଷ ଡିସେମ୍ବରରେ କ୍ଲବ୍ ସାଥୀ ଅଜିମ୍ ରଫିକ୍‌ଙ୍କ ବିରୋଧରେ ବର୍ଣ୍ଣବୈଷମ୍ୟ ଟିପ୍ପଣୀ ଦେବା ଅଭିଯୋଗକୁ ସ୍ୱୀକାର କରିବା ପରେ ବାଲାନ୍ସ ରିଲିଜ୍ ପାଇଁ ନିବେଦନ କରିଥିବା ୟର୍କଶାୟାର୍ ପକ୍ଷରୁ କୁହାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking