24.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୨୦୨୨-୨୩ ରିପୋର୍ଟ; ୧.୦୧ ଟ୍ରିଲିୟନ ଜିଏସ୍‌ଟି ଠକେଇ ଠାବ

୨୦୨୨-୨୩ ରିପୋର୍ଟ; ୧.୦୧ ଟ୍ରିଲିୟନ ଜିଏସ୍‌ଟି ଠକେଇ ଠାବ

ନୂଆଦିଲ୍ଲୀ : ୨୦୨୨-୨୩ ଆର୍ôଥକବର୍ଷରେ ଜିଏସ୍‌ଟି (ଦ୍ରବ୍ୟ ଓ ସେବା କର) ବାବଦରେ ପ୍ରାୟ ୧.୦୧ ଟ୍ରିଲିଅନ (୧୦୧,୩୦୦ କୋଟି) ଟଙ୍କାର ଠକେଇ ହୋଇଥିବା ଜଣାପଡିଛି । ଗତ ଆର୍ôଥକବର୍ଷରେ ଡିଜିଜିଆଇ (ଡାଇରେକ୍ଟରେଟ୍ ଜେନେରାଲ ଅଫ୍ ଜିଏସ୍‌ଟି ଇଣ୍ଟେଲିଜେନ୍ସ) ଅଧିକାରୀମାନେ ଏଥିମଧ୍ୟରୁ ୨୧ ହଜାର କୋଟି ଟଙ୍କା ଆଦାୟ କରିଥିବା କୁହାଯାଇଛି । ଜିଏସ୍‌ଟି ଠକେଇ ରୋକିବାକୁ ବିଭାଗୀୟ ଅଧିକାରୀମାନେ ଡାଟା ଆନାଲିଟିକ୍‌ସ ଓ ମାନବ ଗୁଇନ୍ଦା ବ୍ୟବସ୍ଥା ଉପରେ ନିର୍ଭର କରୁଛନ୍ତି ।

୨୦୨୧-୨୨ରେ ୫୪ ହଜାର କୋଟି ଟଙ୍କାର ଜିଏସ୍‌ଟି ଠକେଇ ହୋଇଥିବାବେଳେ ୨୧ ହଜାରରୁ ଅଧିକ ଅର୍ଥ ଆଦାୟ କରାଯାଇଥିଲା । ୨୦୨୨-୨୩ରେ ମୋଟ ୧୪,୦୦୦ ଜିଏସ୍‌ଟି ଠକେଇ ମାମଲା ନଜରକୁ ଆସିଛି । ୨୦୨୧-୨୨ରେ ଏହି ସଂଖ୍ୟା ୧୨,୫୭୪ ରହିଥିଲା । ଜିଏସ୍‌ଟି ପରିସୀମାଭୁକ୍ତ କମ୍ପାନୀ ଓ ବ୍ୟବସାୟ ସଂସ୍ଥାଗୁଡିକ ଜିଏସ୍‌ଟି ଠକିବାକୁ ଟିକସ ଯୋଗ୍ୟ ସାମଗ୍ରୀର ବିକ୍ରି ମୂଲ୍ୟକୁ ହ୍ରାସ କରିବା ସହ ଜାଲ୍ ସଂସ୍ଥା ନାମରେ ବିଲ୍ କାଟୁଥିବା ଜଣାପଡିଛି ।

୨୦୧୭ ଜୁଲାଇରୁ ୨୦୨୩ ଫେବୃଆରୀ ମଧ୍ୟରେ ମୋଟ ୩.୦୮ ଟ୍ରିଲିଅନ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି ବୋଲି ଲୋକସଭାରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏ ଘଟଣାରେ ୧୪୦୨ ଜଣଙ୍କୁ ଗିରଫ କରାଯାଇସାରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking