24.1 C
Bhubaneswar
Sunday, October 20, 2024
Homeଅପରାଧନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ ୨ ହଜାର ଟଙ୍କା ଜୋରିମାନା

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ ୨ ହଜାର ଟଙ୍କା ଜୋରିମାନା

ଗୁମାଗଡ଼: ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଏବଂ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସଞ୍ଜିତ କୁମାର ବେହେରା ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାରଣା କରି ଘଟଣାର ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପ୍ରମାଣ ଆଧାରରେ ମାମଲାର ଅଭିଯୁକ୍ତ ସୁଧାକର ପୃଷ୍ଠିଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୧ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି ।

ସରକାରଙ୍କ ପକ୍ଷରୁ ମାମଲାକୁ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।ଘଟଣା ଅନୁସାରେ ଗତ ୨୪.୧୦. ୨୦୨୦ରେ ନାବାଳିକା ଜଣକ ଫୁଲ ତୋଳିବାକୁ ଗାଁ ସ୍କୁଲକୁ ଯାଉଥିବା ବେଳେ ବରଡିକିଆ ଗ୍ରାମର ସୁଧାକର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକାର ପରିବାର ଚକାପାଦ ଥାନାରେ ଏତଲା ଦେଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ସୁଧାକରକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା ।

ଆଜି ସେହି ମାମଲାରର ବିଚାରଣ କରି ବିଚାରପତି ଉପୋରୋକ୍ତ ରାୟ ଶୁଣାଇଛନ୍ତି । ଏଥି ସହିତ ଏହି ମାମଲାରେ ପୀଡିତାର ପରିବାରକୁ ଆଇନସେବା ପ୍ରାଧିକରଣ ତରଫରୁ ୧ ଲକ୍ଷ ୫୦ହଜାର ଟଙ୍କା କ୍ଷତି ପୂରଣ ରାଶି ଯୋଗାଇ ଦେବାଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking