26.1 C
Bhubaneswar
Tuesday, October 22, 2024
Homeଦେଶ ବିଦେଶସମଲିଙ୍ଗି ବିବାହକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ; ସୁପ୍ରିମକୋର୍ଟ କହିଲେ....

ସମଲିଙ୍ଗି ବିବାହକୁ ନେଇ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ; ସୁପ୍ରିମକୋର୍ଟ କହିଲେ….

ନୂଆଦିଲ୍ଲୀ : ସମଲିଙ୍ଗି ବିବାହକୁ ମାନ୍ୟତା ଦେବା ଉପରେ ହୋଇଥିବା ଆବେଦନକୁ ନେଇ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୁଡ଼ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ସେ କହିଛନ୍ତି ଯେ, ସେ କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କ ଗୋଟିଏ ଥାର ପାଇଁ ସମ୍ପର୍କ ନୁହେଁ, ବର୍ତ୍ତମାନ ଏହି ସମ୍ପର୍କ ସବୁଦିନ ପାଇଁ ଚାଲିବ । ଏହା କେବଳ ଶାରୀରିକ ନୁହେଁ, ଏଥିରେ ଭାବପ୍ରବଣତା ମଧ୍ୟ ରହିଛି । ଏଭଳି ପରିସ୍ଥିତିରେ ସମଲିଙ୍ଗୀ ବିବାହ ପାଇଁ ୬୯ ବର୍ଷ ପୁରୁଣା ସ୍ୱତନ୍ତ୍ର ବିବାହ ଆଇନର ପରିସର ବିସ୍ତାର କରିବା ଭୁଲ ନୁହେଁ ।’ ସିଜେଆଇ ଚନ୍ଦ୍ରଚୁଡ଼ କହିଛନ୍ତି,’୬୯ ବର୍ଷରେ ସମାଜ ଓ ଆଇନରେ ବିକାଶ ଘଟିଛି । ସ୍ପେଶାଲ ମ୍ୟାରେଜ୍ ଆକ୍ଟ ବା ସ୍ୱତନ୍ତ୍ର ବିବାହ ଆଇନ କେବଳ ଏକ ଢ଼ାଞ୍ଚା ପ୍ରଦାନ କରିଥାଏ । ଆମର ଆଇନ ପ୍ରକୃତରେ ସମଲିଙ୍ଗୀ ସମ୍ପର୍କର ବିକାଶ କରିଛି । ସମଲିଙ୍ଗୀ ସମ୍ପର୍କକୁ ଅନ୍ତର୍ଭୁକ୍ତ କରିବା ପାଇଁ ଆଇନରେ ସଂଶୋଧନ କରାଯାଇପାରିବ ।

ଆମେ କୌଣସି ଆଇନ ପଢ଼ୁନାହେଁ । ସାମ୍ବିଧାନିକ ଗ୍ୟାରେଣ୍ଟି ଅନୁଯାୟୀ ଆମେ କେବଳ ଆଇନକୁ ବିସ୍ତାର କରୁଛୁ । ଆମେ କୌଣସି ଆଇନର ମୂଳବ୍ୟାଖ୍ୟା ସହିତ ଜଡ଼ିତ ନାହେଁ ।’ ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ପ୍ରଶ୍ନ ହେଉଛି ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ସମ୍ପର୍କ ଏତେ କ’ଣ ଏତେ ମୌଳିକ ଯେ, ଆମେ ସମାନ ଲିଙ୍ଗ ମଧ୍ୟରେ ସମ୍ପର୍କକୁ ସାମିଲ କରିପାରିବା ନାହିଁ? ସ୍ୱତନ୍ତ୍ର ବିବାହ ଅଧିନିୟମ -୧୯୫୪ ର ଉଦ୍ଦେଶ୍ୟ ହେଉଛି ବିବାହକୁ ଅନୁମତି ଦେବା? ତେବେ ତମାମ ବୟାନ ଭିତରେ ସେପଟେ କେନ୍ଦ୍ର ସରକାର ଏହାକୁ ତିବ୍ର ସମାଲୋଚନା କରୁଛନ୍ତି । ଏସବୁ ଭିତରେ ପ୍ରଶ୍ନ ଉଠୁଛି ଯେ, ସମଲିଙ୍ଗୀ ବିବାହ ପ୍ରସଙ୍ଗକୁ ନେଇ କିଛି ବିବାଦ ଉପୁଜିବ କି? ତିନିଦିନ ଧରି ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦଚୂଡଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି । ସେପଟେ ସମଲିଙ୍ଗୀ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯୁକ୍ତି ବାଢ଼ିଥିବା ବେଳେ ଯାଚିକାକର୍ତ୍ତାଙ୍କ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରହତୋଗି ଯୁକ୍ତି ଉପସ୍ଥାପନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking