31.1 C
Bhubaneswar
Tuesday, October 22, 2024
Homeଅପରାଧବିବାହର ପ୍ରତିଶ୍ରୁତି ଦେଇ ବାଂଲାଦେଶୀ ଛାତ୍ରୀଙ୍କୁ ଠକି ଦେଲେ ପ୍ରଫେସର

ବିବାହର ପ୍ରତିଶ୍ରୁତି ଦେଇ ବାଂଲାଦେଶୀ ଛାତ୍ରୀଙ୍କୁ ଠକି ଦେଲେ ପ୍ରଫେସର

କୋଲକାତା: ପ୍ରେମ-ପ୍ରତିଶୃତି-ପ୍ରତାରଣା । ଛାତ୍ରୀଙ୍କୁ ମିଛ ବିବାହ କରି ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲେ ପ୍ରଫେସର । ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଧୋକା ଦେଇଥିବାର ଅଭିଯୋଗ ଆଣିଲେ ଆସନସୋଲ କାଜି ନାଜରୁଲ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିବା ବାଂଲାଦେଶୀ ଛାତ୍ରୀ । ଏନେଇ ଥାନାରେ ଅଭିଯୋଗ ପରେ ନ୍ୟାୟ ପାଇଁ ବାଂଲାଦେଶର ହାଇ କମିଶନରଙ୍କ ନିକଟରେ ନିବେଦନ କରିଛନ୍ତି ଛାତ୍ରୀ ଜଣଙ୍କ । ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, କାଜି ନାଜରୁଲ ବିଶ୍ୱବିଦ୍ୟାଳୟରେ ବଙ୍ଗଳା ବିଭାଗର ପ୍ରଫେସର ଅଜାଜୁଲ ଅଲ୍ଲିଖାନ ମୋ ସରଳତାର ଫାଇଦା ଉଠାଇ ମୋତେ ପ୍ରେମ ଜାଲରେ ଫସାଇଥିଲେ ।

ଏହାପରେ ମିଛ ବାହାଘର ଡ୍ରାମା କରି ମୋ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏହାପରେ ପ୍ରଫେସରଙ୍କୁ ବିବାହ ପାଇଁ କହିବାରୁ ସେ ମନା କରିଦେବା ସହ ପୂର୍ବରୁ ଜଣଙ୍କ ସମ୍ପର୍କରେ ଥିବା କହିଥିଲେ । ତେଣୁ ପ୍ରଫେସରଙ୍କ ବିରୋଧରେ ଦୁର୍ଗାପୁର ପୋଲିସ ଷ୍ଟେସନରେ ମୁଁ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରୁଛି । ପୀଡିତା ଜଣଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି ଯେ, ମୁଁ କାଜି ନାଜରୁଲ ବିଶ୍ୱବିଦ୍ୟାଳୟରେ ବଙ୍ଗଳା ବିଭାଗରେ ପାଠ ପଢେ । ଗତ ଫେବୃଆରୀରେ ଉକ୍ତ ବିଭାଗର ପ୍ରଫେସର ଅଜାଜୁଲ ଅଲ୍ଲିଖାନଙ୍କ ସହ ମୋ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।

ତା’ପରେ ମାର୍ଚ୍ଚ ମାସରେ ପ୍ରଫେସର ମୋତେ ବିବାହ କରିଥିଲେ, କିନ୍ତୁ ବିବାହ ହୋଇଥିବା ନେଇ ରେଜିଷ୍ଟର ହୋଇନଥିଲା । ଏହାପରେ ପ୍ରଫେସର ମୋ ସହ ଅନେକ ଥର ଶାରୀରିକ ସମ୍ପର୍କ ରଖିଥିଲେ । ମାର୍ଚ୍ଚ ମାସରେ ଯେତେବେଳେ ମୁଁ ବିବାହ ପାଇଁ ତାଙ୍କୁ କହିଲି ସେ ମୋତେ ମନାକରି ଦେଇଥିଲେ, କହିଥିଲେ ମୋର ଅନ୍ୟ ଜଣଙ୍କ ସହ ସମ୍ପର୍କ ରହିଛି । ଏହା ଜାଣିବା ପରେ ମୁଁ ଥାନାରେ ପ୍ରଫେସରଙ୍କ ବିରୋଧରେ ଅଭିଯୋଗ କରିଛି । ଛାତ୍ରୀ ଜଣଙ୍କ କାଜି ନାଜରୁଲ ବିଶ୍ୱବିଦ୍ୟାଳୟକୁ ଏକ ଚିଠି ଲେଖିଥିବା ବେଳେ ଏହି ମାମଲାର ନ୍ୟାୟ ପାଇବା ପାଇଁ ସେ ବାଂଲାଦେଶର ହାଇ କମିଶନରଙ୍କ ସହ ଯୋଗାଯୋଗ କରିଛନ୍ତି । ବର୍ତ୍ତମାନ ବିଶ୍ୱବିଦ୍ୟାଳୟକୁ ଯିବା ମୋ ପାଖରେ ଅସମ୍ଭବ ବୋଲି କହିଛନ୍ତି ପୀଡିତା ଜଣଙ୍କ । ପ୍ରଫେସରଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହା ଜଣାପଡି ନାହିଁ । ପ୍ରଫେସରଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking