24.1 C
Bhubaneswar
Saturday, October 19, 2024
Homeଓଡିଶାସମ୍ବଲପୁର ଘଟଣାର ପ୍ରତିବାଦରେ ଭିଏଚ୍‌ପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ସମ୍ବଲପୁର ଘଟଣାର ପ୍ରତିବାଦରେ ଭିଏଚ୍‌ପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ଭୁବନେଶ୍ବର: ସମ୍ବଲପୁର ଘଟଣାର ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ତରଫରୁ ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ୧୦ ଓ ଅବିଭକ୍ତ କୋରାପୁଟର ୪ ଜିଲ୍ଲାକୁ ମିଶାଇ ମୋଟ ୧୪ ଜିଲ୍ଲାରେ ଆଜି ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳୁ ଏହି ସବୁ ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ଜିଲ୍ଲାରେ ରାସ୍ତାରୋକ କରାଯାଉଥିବା ବେଳେ ଦୋକାନବଜାର ବନ୍ଦ ରହିଛି। ବନ୍ଦର ପ୍ରଭାବ‌ରେ ସମ୍ବଲପୁରରେ ‌ଦୋକାନବଜାର ବନ୍ଦ ରହିଥିବା ସୂଚନା ମିଳିଛି। ବିଶ୍ୱ ହିନ୍ଦୁ ପରିଷଦ ଓଡିଶା ପ୍ରଦେଶ ପକ୍ଷରୁ କୁହାଯାଇଛି, ଗତ ୧୨ ତାରିଖ ଏବଂ ୧୪ ତାରିଖ ଦିନ ସମ୍ବଲପୁର ରେ ଶ୍ରୀଶ୍ରୀ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଚାଲିଥିବା ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାରେ ବିଧର୍ମୀମାନେ ପଥର ଫିଙ୍ଗିବା ସହ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କରିଥିଲେ। ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ଶତାଧିକ ଯାନବାହାନକୁ ପୋଡ଼ି ଦିଆ ଯାଇଥିଲା। ଏହିସବୁ ଅମାନୁଷିକ ହିଂସାକାଣ୍ଡର ପ୍ରତିବାଦରେ ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଏହି ବନ୍ଦ ପାଳନରେ ସମସ୍ତ ଯାନବାହନ ଓ ଦୋକାନ ବଜାର ବନ୍ଦ ରହିବାକୁ ପରିଷଦ ଆହ୍ବାନ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking