ୟାଙ୍ଗନ: ବୌଦ୍ଧ ନବବର୍ଷ ଉପଲକ୍ଷେ ମିଆଁମାରର ସାମରିକ ଜୁନ୍ତା ସରକାର ସୋମବାର ୩ ହଜାର କଏଦୀଙ୍କୁ ରାଜକ୍ଷମା ପ୍ରଦାନ କରିବା ସହ ସେମାନଙ୍କୁ ଜେଲ୍ରୁ ଖଲାସ କରିଛନ୍ତି । ତେବେ ଏମାନଙ୍କ ମଧ୍ୟରେ ରାଜନୈତିକ ବନ୍ଦୀ ସାମିଲ ଅଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାଯୋଗ୍ୟ ୨୦୨୧ ଫେବୃଆରୀ ୧ରେ ଅଙ୍ଗ୍ ସାନ୍ ସୁ-କୀଙ୍କ ଗଣତାନ୍ତ୍ରିକ ସରକାରକୁ ଗାଦିଚ୍ୟୁତ କରି ମିଆଁମାରରେ ପୁଣି ସାମରିକ ଶାସନ ଲାଗୁ କରାଯାଇଥିଲା । ଏହାକୁ ନେଇ ଦେଶବ୍ୟାପୀ ପ୍ରବଳ ବିକ୍ଷୋଭ ଓ ହିଂସାକାଣ୍ଡ ଘଟିଥିଲା । ସେନା କାର୍ଯ୍ୟାନୁଷ୍ଠାନରେ ସହସ୍ରାଧିକ ଲୋକ ପ୍ରାଣ ହରାଇଥିବାବେଳେ ସୁ-କୀଙ୍କ ସମେତ ୧୭ ହଜାରରୁ ଊର୍ଦ୍ଧ୍ୱ ରାଜନେତା ଓ କର୍ମୀଙ୍କୁ ବନ୍ଦୀ କରାଯାଇଛି ।