ଚଣ୍ଡିଗଡ଼: ଚଳିତମାସ ୧୨ରେ ପଞ୍ଜାବର ଭଟିଣ୍ଡା ସହରରେ ଥିବା ସେନା ଶିବିରରେ ଗୁଳିକାଣ୍ଡ ଘଟି ୪ ଜଣ ଯବାନଙ୍କର ମୃତ୍ୟୁ ଘଟିଥିଲା । ତେବେ ପଞ୍ଜାବ ପୁଲିସ ସୋମବାର ଏହି ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କୁହାଯାଉଥିବା ଦେଶାଇ ମୋହନ ନାମକ ଯବାନଙ୍କୁ ଗିରଫ କରିଛି । ବ୍ୟକ୍ତିଗତ କାରଣରୁ କ୍ଷୁବ୍ଧ ହୋଇ ସେ ୪ ସାଥି ଯବାନଙ୍କୁ ଗୁଳିକରି ହତ୍ୟା କରିଥିବା ସେ ପୁଲିସ ଆଗରେ ସ୍ୱୀକାର କରିଛି ।
ଘଟଣାଦିନ ସଂପୃକ୍ତ ଯବାନମାନେ ଶୋଇଛନ୍ତି କି ନାହିଁ, ତାହାକୁ ସେ ଦୁଇଥର ଯାଞ୍ଚ କରିଥିଲା । ପ୍ରକୃତରେ ଯବାନମାନେ ରାତି ୨ଟାରେ ଶୋଇବାକୁ ଯାଇଥିଲେ । ମୋହନ ପ୍ରଥମେ ରାତି ୩ଟାରେ ଏବଂ ରାତି ୪ଟାରେ ଘଟଣାସ୍ଥଳ ପରିଦର୍ଶନ କରିବାପରେ ଶୋଇପଡିଥିବା ଯବାନଙ୍କୁ ଗୁଳିକରି ହତ୍ୟା କରିଥିବା କୁହାଯାଇଛି ।