18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶଅତିକ୍- ଅସରଫ ହତ୍ୟାକାଣ୍ତରେ ଆସିଲା ଏହି ଗ୍ୟାଙ୍ଗଷ୍ଟାରଙ୍କ ନାଁ , ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର?

ଅତିକ୍- ଅସରଫ ହତ୍ୟାକାଣ୍ତରେ ଆସିଲା ଏହି ଗ୍ୟାଙ୍ଗଷ୍ଟାରଙ୍କ ନାଁ , ଜାଣନ୍ତୁ କିଏ ଏହି ଗ୍ୟାଙ୍ଗଷ୍ଟାର?

ନୂଆଦିଲ୍ଲୀ: ଅତିକ୍ -ଅସରଫ ହତ୍ୟା କାଣ୍ଡ ମାମଲା ଯେତେ ଆଗକୁ ବଢୁଛି ସେତେ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି। ଅତିକ ଓ ଅସରଫ ହତ୍ୟା ମାମଲାରେ  ଗ୍ୟାଙ୍ଗଷ୍ଟାର ସୁନ୍ଦର ଭାଟିଙ୍କ  ଲିଙ୍କ ଥିବା କୁହାଯାଉଛି। ଦିଲ୍ଲୀ-ଏନସିଆର ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ଗ୍ୟାଙ୍ଗଷ୍ଟାରଙ୍କା ନାଁ କହିଲେ ସୁନ୍ଦର ଭାଟିଙ୍କ ନାଁ ଆଗକୁ ଆସିଥାଏ। କଳା ସାମ୍ରାଜ୍ୟର ଅଧିକାରୀ ହୋଇବି ସେ ରାଜନେତାଙ୍କୁ ନିଜ ହାତମୁଠାରେ ରଖିଥିଲେ।  ୟୁପି ଗ୍ରେଟର ନୋଏଡାର ଗାଙ୍ଗୋଲା ଗାଁର ବାସିନ୍ଦା ହେଉଛନ୍ତି ଗ୍ୟାଙ୍ଗଷ୍ଟାର ସୁନ୍ଦର ଭାଟି ।

ସେ ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଧରି ସେ ଅପରାଧ ଜଗତ ସହ ଜଡିତ ଅଛନ୍ତି । ସବୁଠୁ ବଡ କଥା ହେଲା, ଜାନୁଆରୀ ୨୦୧୫ରେ ସେ ଜେଲରେ ଥିବା ସମୟରେ ଏକ କ୍ରୀଡା ଇଭେଣ୍ଟରେ ଆନ୍ତର୍ଜାତୀୟ କ୍ରିକେଟରଙ୍କ ସହ ପୁରସ୍କାର ବାଣ୍ଟିଥିଲେ ।  ସେ ଗୌତମ ବୁଦ୍ଧନଗର ଜିଲ୍ଲାର ଜେଲରୁ ତାଙ୍କ ଫଟୋ ଭାଇରାଲ ହୋଇଥିଲା,ଯାହାକୁ ଜଣେ ଜେଲ ଅଧିକାରୀ ପଠାଇଥିଲେ।

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ସନ୍ଧ୍ୟାରେ ମାଫିଆ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅସରଫଙ୍କୁ ପୋଲିସ ହେପାଜତରେ ଗୁଳି କରି ହତ୍ୟା କରାଯାଇଥିଲା। ଏବେ ସୁନ୍ଦର-ଭାଟିଙ୍କ ନାମ ଅତିକ୍-ଅସରଫଙ୍କ ହତ୍ୟା ମାମଲାରେ ସାମ୍ନାକୁ ଆସୁଛି । କୁହାଯାଉଛି ଯେ ସୁନ୍ଦର ଭାଟିଙ୍କ ନିର୍ଦ୍ଦେଶରେ ଜିଗାନା ପିସ୍ତଲ ଅତିକର ହତ୍ୟାକାରୀ ମାନଙ୍କୁ ଦିଆଯାଇଥିଲା।  ଏହି ପିସ୍ତଲ ଭାରତରେ ବ୍ୟାନ ଥିବା ସତ୍ତ୍ବ,ପାକିସ୍ତାନ ଦେଇ ଭାରତକୁ ଆସିଛି।  ଜିଗାନା ପିସ୍ତଲକୁ ଅତିକ୍  ଏବଂ ତାଙ୍କ ଭାଇ ଅସରଫ ହତ୍ୟାରେ ବ୍ୟବହାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking