32.1 C
Bhubaneswar
Saturday, October 19, 2024
Homeଅପରାଧସ୍ତ୍ରୀ ତା ସ୍ୱାମୀ ସହ ଯାହା କଲା ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସ୍ତ୍ରୀ ତା ସ୍ୱାମୀ ସହ ଯାହା କଲା ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ସ୍ତ୍ରୀବିରୋଧରେ ସ୍ୱାମୀର ସଙ୍ଗୀନ୍ ଅଭିଯୋଗ । ବିବାହର ୧୦ ବର୍ଷ ପରେ ହେଲା ଚାଞ୍ଚଲ୍ୟକର ଖୁଲାସା । ନିଜ ସ୍ତ୍ରୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରି ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ । ଗୁଜୁରାଟର ସୁରଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।

ହେଲେ ପୋଲିସ ଅଭିଯୋଗ ନରଖିବା ପରେ ନ୍ୟାୟ ପାଇଁ କୋର୍ଟରେ ପହଞ୍ଚିଛନ୍ତି ବ୍ୟକ୍ତି ଜଣକ । ଅଦାଲତରେ ଯୁବକଙ୍କ ଅଭିଯୋଗ ଅନୁସାରେ ସ୍ତ୍ରୀ ବିବାହ କରିବା ସମୟରେ ପ୍ରଥମ ବିବାହ ସମ୍ପର୍କରେ ଲୁଚାଇଥିଲେ । ସ୍ତ୍ରୀର ଅତୀତ ବିଷୟରେ କିଛି ଜଣାଇ ନଥିଲେ । ଆଉ ସେ ସବୁବେଳେ ମୋତେ ଶାରୀରିକ ସମ୍ପର୍କ ପାଇଁ ବାରମ୍ବାର ବାଧ୍ୟ କରିଥିଲା ।

ଏହା ଦୁଷ୍କର୍ମ ସହିତ ସମାନ । କେବଳ ଏତିକି ନୁହେଁ ବିବାହ ପରେ ହୋଇଥିବା ଦୁଇଟି ପିଲା ମଧ୍ୟରୁ ଜଣେ ହିଁ ତାଙ୍କର । ଅନ୍ୟ ପିଲାଟି ତାଙ୍କର ପ୍ରଥମ ସ୍ୱାମୀଙ୍କର ନୁହେଁ କୌଣସି ତୃତୀୟ ବ୍ୟକ୍ତିଙ୍କର ବୋଲି ଅଭିଯୋଗ ହୋଇଛି । ଦମ୍ପତିଙ୍କ ବିବାହକୁ ୧୦ ବର୍ଷ ବିତି ସାରିଥିବା ବେଳେ ଉଭୟଙ୍କର ଦୁଇଟି ପିଲା ଅଛନ୍ତି । ୧୦ ବର୍ଷ ପରେ ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରିଥିଲେ ସ୍ୱାମୀ । ସନ୍ଦେହ ହେବାରୁ ସେ ଉଭୟ ପିଲାଙ୍କ ଊଘଇ ପରୀକ୍ଷା କରିଥିଲେ ।

ଡିଏନ୍‌ଏ ଟେଷ୍ଟର ରିପୋର୍ଟ ଆସିବା ପରେ ସ୍ୱାମୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ରିପୋର୍ଟରୁ ଜଣାପଡିଛି , ଦୁଇ ପିଲାଙ୍କ ମଧ୍ୟରୁ ଜଣେ ତାଙ୍କର କିମ୍ବା ସ୍ତ୍ରୀର ପ୍ରଥମ ସ୍ୱାମୀର ପିଲା ନୁହେଁ । ସେ କୌଣସି ତୃତୀୟ ବ୍ୟକ୍ତିର ସନ୍ତାନ । ଏହା ପରେ ସ୍ୱାମୀ ଦୁଷ୍କର୍ମ ଅଭିଯୋଗ କରି ଥାନାରେ ପହଞ୍ଚିଥିଲେ । ତେବେ ପୋଲିସ ତାଙ୍କ ଅଭିଯୋଗ ରଖିନଥିଲା । ଶେଷରେ ଅନ୍ୟ ଉପାୟ ନପାଇ ସେ ଅଦାଲତଙ୍କୁ ଯାଇ ନ୍ୟାୟ ଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking