ଭୁବନେଶ୍ବର: ରାଜଧାନୀରେ ପୁଣି ମାତିଛନ୍ତି ଲୁଟେରା। ରାଜଧାନୀର ଗଜପତି ନଗର ପ୍ରେସ କଲୋନିରୁ ୩ ଲକ୍ଷ ଲୁଟ୍ ହୋଇଥିବାର ଖବର ମିଳିଛି। ସେଠାରେ କେହି ନଥିବାର ସୁଯୋଗ ନେଇ ଗ୍ରିଲ ତାଡ଼ି ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ଅଫିସରୁ ୩ ଲକ୍ଷ ଟଙ୍କା ଲଟି ନେଇଛନ୍ତି ଲୁଟେରା।
ଏହାଛଡ଼ା ସୁନା ଓ ରୁପା କଏନ ଲୁଟ୍ ହୋଇଥିବାର ଖବର ମିଳିଛି। ସିସିଟିଭିରେ ଲୁଟ୍ ସମୟର ଦୃଶ୍ୟ କଏଦ ହୋଇଛି।ଏନେଇ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରାଯାଇଛି। ଏହାପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଫରେନସିକ୍ ଟିମ୍ ବି ଘଟଣାସ୍ଥଳରେ ବି ତଦନ୍ତ କରୁଥିବା ଜଣାଯାଇଛି।