ଭୁବନେଶ୍ୱର: ସମ୍ବଲପୁର ଘଟଣାକୁୂ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ ପଣ୍ଡା । ଓଡିଶାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଭୁଶୁଡି ପଡିଛି ବୋଲି କହିଛନ୍ତି । ଟୁଇଟ ଯୋଗେ ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମନ୍ତବ୍ୟ ଦେଇଛନ୍ତି । ସ୍ଥିତି ଏମିତି ହୋଇଛି ଯେ ପୋଲିସ ନିଜକୁ ସୁରକ୍ଷା ଦେବାକୁ ଅସମର୍ଥ । ଶୋଭାଯାତ୍ରାରେ ପଥର ମାଡରେ ପୋଲିସ,ଶ୍ରଦ୍ଧାଳୁ ଆହାତ ହେବା ବ୍ୟଥିତ କରିଛି । ଏହା ଉପରେ ଶାନ୍ତିପ୍ରିୟ ନାଗରିକ ଚିନ୍ତା ପ୍ରକଟ କରିବା ଦରକାର ।