27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶ୨୦୨୦ରୁ ୨୦୨୫ ପର୍ଯ୍ୟନ୍ତ ସିବିଏସ୍‌ଇକୁ ଆୟକର ଛାଡ଼

୨୦୨୦ରୁ ୨୦୨୫ ପର୍ଯ୍ୟନ୍ତ ସିବିଏସ୍‌ଇକୁ ଆୟକର ଛାଡ଼

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସିବିଏସ୍‌ଇ (ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନକ)କୁ ୨୦୨୦ହଭ ୨୦୨୫ ପର୍ଯ୍ୟନ୍ତ ଆୟକର ଛାଡ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଏ ସଂକ୍ରାନ୍ତରେ ଘୋଷଣା କରାଯାଇଥିଲେ ସୁଦ୍ଧା ଏହାକୁ ପିଛିଲାଭାବେ (୨୦୨୦ରୁ) କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି ।

ପରୀକ୍ଷା ଫିସ୍‌, ପାଠ୍ୟ ପୁସ୍ତକ ବିକ୍ରି, ଆଫିଲିଏସନ ଫି’, ରେଜିଷ୍ଟ୍ରେସନ ଫି’, ଟ୍ରେନିଂ ଫି’ ଏବଂ ଅନ୍ୟାନ୍ୟ ସୂତ୍ରରୁ ସିବିଏସ୍‌ଇ ରାଜସ୍ୱ ଉପାର୍ଜନ କରିଥାଏ । ତେବେ ଆକୟର ଛାଡ ପ୍ରସଙ୍ଗରେ ଏକ ସର୍ତ୍ତ ମଧ୍ୟ ରଖାଯାଇଛି । ସିବିଏସ୍‌ଇ କୌଣସି ବ୍ୟବସାୟିକ କାରବାରରେ ଲିପ୍ତ ରହିବ ନାହିଁ ବୋଲି କୁହାଯାଇଛି । ଏଥିସହିତ ପୂର୍ବବର୍ଷ ଗୁଡିକରେ ଦାଖଲ ହୋଇଥିବା ଆୟକର ଅର୍ଥ ଫେରସ୍ତ ପାଇବାକୁ ସ୍ୱତନ୍ତ୍ରଭାବେ ଆବେଦନ କରିବାକୁ ସିବିଏସ୍‌ଇକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking