24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଅଫ୍‌ତାବ୍‌ର ନାର୍କୋ ଟେଷ୍ଟ ପ୍ରସଙ୍ଗ; ନ୍ୟୁଜ୍ ପ୍ରସାରଣକୁ ନେଇ କୋର୍ଟ ପକ୍ଷରୁ କଟକଣା

ଅଫ୍‌ତାବ୍‌ର ନାର୍କୋ ଟେଷ୍ଟ ପ୍ରସଙ୍ଗ; ନ୍ୟୁଜ୍ ପ୍ରସାରଣକୁ ନେଇ କୋର୍ଟ ପକ୍ଷରୁ କଟକଣା

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟାମାମଲାରେ ମୁଖ୍ୟ ଅଭିଯୁକ୍ତ ଅଫ୍‌ତାବ ପୁନାୱାଲାଙ୍କର ନାର୍କୋ ଟେଷ୍ଟ ସମ୍ପର୍କିତ ସମ୍ବାଦର ପ୍ରସାରଣ ଉପରେ ଦିଲ୍ଲୀର ଏକ ଅଦାଲତ ‘ଆଜ୍‌ତକ୍‌’ ଚ୍ୟାନେଲ ସମେତ ଅନ୍ୟ ଗଣମାଧ୍ୟମ ଉପରେ କଟକଣା ଜାରି କରିଛନ୍ତି । ସୂଚନାଯୋଗ୍ୟ ଏହି ମାମଲାରେ ଦିଲ୍ଲୀ ପୁଲିସ ପକ୍ଷରୁ ୨୦୨୨ ଡିସେମ୍ବର ୧ରେ ସ୍ଥାନୀୟ ବାବା ସାହେବ ଆମ୍ବେଦକର ହସ୍ପିଟାଲରେ ଅଫ୍‌ତାବ୍‌ର ନାର୍କୋ ଟେଷ୍ଟ କରାଯାଇଥିଲା । ତେବେ ଏହି ଟେଷ୍ଟ ସମ୍ପର୍କିତ କେତେକ ତଥ୍ୟ ‘ଆଜ୍‌ତକ୍‌’ ଚ୍ୟାନେଲର ହସ୍ତଗତ ହୋଇଥିବାବେଳେ ଏହାକୁ ପ୍ରସାରଣ କରାଯିବ ବୋଲି ସୂଚନା ମିଳିଥିଲା ।

ଫଳରେ ଦିଲ୍ଲୀ ପୁଲିସ ପକ୍ଷରୁ କୋର୍ଟରେ ଏକ ପିଟିସନ ଦାଏର କରାଯାଇଥିଲା । ତଦନୁଯାୟୀ ନାର୍କେ ଟେଷ୍ଟର କୌଣସି ସମ୍ବାଦ ପ୍ରସାରଣ ନକରିବାକୁ କୋର୍ଟ ଆଜ୍‌ତକ୍ ଚ୍ୟାନେଲକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୭କୁ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ ଅଫ୍‌ତାବଙ୍କ ସହ ଶ୍ରଦ୍ଧା ୱାକର ଲିଭ୍ ଇନ୍ ରିଲେସିନସିପ୍‌ରେ ରହୁଥିଲେ । ତେବେ ପରିବାରବର୍ଗ ଆପତ୍ତି କରିବାପରେ ଅଫ୍‌ତାବ ଓ ଶ୍ରଦ୍ଧା ମୁମ୍ବାଇ ଛାଡି ଗତବର୍ଷ ଦିଲ୍ଲୀ ପଳାଇ ଆସିବା ସହ ମେହେରୌଲି ଅଞ୍ଚଳରେ ଘରଭଡା ନେଇ ରହୁଥିଲେ । ତେବେ କୌଣସି କାରଣରୁ ଝଗଡା ହେବାପରେ ଅଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିବା ସହ ତାଙ୍କ ମରଶରୀରକୁ ୩୫ ଖଣ୍ଡରେ କାଟି କଟାଅଂଶକୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଫୋପାଡିଥିଲେ । ଏହି ଘଟଣା ଲୋକଲୋଚନକୁ ଆସିବାପରେ ଦିଲ୍ଲୀ ପୁଲିସ ୨୦୨୨ ନଭେମ୍ବର ୧୨ରେ ଅଫ୍‌ତାବକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking