23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଏୟାର ଇଣ୍ଡିଆ ବିମାନଯାତ୍ରୀଙ୍କ ଅଶୋଭନୀୟ ଆଚରଣ; ଅଧାବାଟରୁ ଦିଲ୍ଲୀ ଫେରିଲା ଲଣ୍ଡନଗାମୀ ବିମାନ

ଏୟାର ଇଣ୍ଡିଆ ବିମାନଯାତ୍ରୀଙ୍କ ଅଶୋଭନୀୟ ଆଚରଣ; ଅଧାବାଟରୁ ଦିଲ୍ଲୀ ଫେରିଲା ଲଣ୍ଡନଗାମୀ ବିମାନ

ନୂଆଦିଲ୍ଲୀ : ମଝି ଆକାଶରେ ଜଣେ ବିମାନଯାତ୍ରୀଙ୍କ ଅଶୋଭନୀୟ ଆଚରଣ ଯୋଗୁଁ ଲଣ୍ଡନଗାମୀ ଏୟାର ଇଣ୍ଡିଆ ବିମାନକୁ ପାଇଲଟ୍ ପୁଣି ଦିଲ୍ଲୀ ଏୟାରପୋର୍ଟକୁ ଫେରାଇ ଆଣିବାକୁ ବାଧ୍ୟ ହୋଇଛନ୍ତି । ଦିଲ୍ଲୀରେ ଅବତରଣ କରିବାପରେ ସଂପୃକ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯାଇଛି । ଅପରପକ୍ଷରେ ଅଭିଯୁକ୍ତଙ୍କ ପରିବାର ଲୋକେ କହିଛନ୍ତି ଯେ ସେ ମାନସିକସ୍ତରରେ ବିଚଳିତ ଥିବାରୁ ଏଭଳି କାଣ୍ଡ ଘଟାଇଛନ୍ତି ।

ସୋମବାର ସକାଳ ୬.୩୫ରେ ଏୟାର ଇଣ୍ଡିଆର ବୋଇଙ୍ଗ୍‌-୭୮୭ ବିମାନ ଦିଲ୍ଲୀରୁ ଲଣ୍ଡନ ଅଭିମୁଷଖ ଯାତ୍ରାରମ୍ଭ କରିିଥିଲା । ତେବେ ଆକାଶକୁ ଉଠିବାପରେ ବିମାନରେ ଯାତ୍ରା କରୁଥିବା ଯଶକିରତ୍ ନାମକ ଜଣେ ଯାତ୍ରୀ କୌଣସି କାରଣ ନେଇ ଏୟାର ହୋଷ୍ଟେସଙ୍କ ସହ ପ୍ରବଳ ଯୁକ୍ତିତର୍କ କରିବା ସହ ସେମାନଙ୍କ ଉପରେ ଆକ୍ରମଣ କରିିଥିଲେ । ପାଇଲଟ ଏ ଘଟଣା ଜାଣିବାପରେ ବିମାନକୁ ପୁଣି ଦିଲ୍ଲୀ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ । ଫଳରେ ସକାଳ ୯.୪୨ରେ ବିମାନଟି ପୁଣି ଦିଲ୍ଲୀ ଏୟାରପୋର୍ଟରେ ଅବତରଣ କରିବାପରେ ସଂପୃକ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଅପରାହ୍ନରେ ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ଲଣ୍ଡନ ନିଆଯାଇଥିବା ପ୍ରକାଶ । ଏହି ଘଟଣାରେ ଏୟାର ଇଣ୍ଡିଆ ସିଇଓ କ୍ୟାମ୍ପବେଲ ୱିଲସନ ଯାତ୍ରୀମାନଙ୍କୁ କ୍ଷମାଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking