32.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା; ସିବିଆଇ ପକ୍ଷରୁ ସ୍ପେଶାଲ ଟାସ୍କ୍ ଫୋର୍ସ ଗଠିତ

ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା; ସିବିଆଇ ପକ୍ଷରୁ ସ୍ପେଶାଲ ଟାସ୍କ୍ ଫୋର୍ସ ଗଠିତ

କୋଲକାତା: ପଶ୍ଚିମବଙ୍ଗରେ ଘଟିଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବାକୁ ସିବିଆଇ ପକ୍ଷରୁ ସ୍ପେଶାଲ ଟାସ୍କ୍ ଫୋର୍ସ ଗଠନ କରାଯାଇଛି । ଏହି ଟାସ୍କ୍ ଫୋର୍ସରେ ଆଉ ୭ ଜଣ ଅଧିକାରୀଙ୍କୁ ସାମିଲ କରାଯାଇଛି । ଏମାନେ ଖୁବଶୀଘ୍ର କୋଲକାତା ଯାଇ ସିବିଆଇ ତଦନ୍ତ ଦଳରେ ଯୋଗଦେବେ ବୋଲି ଜଣାପଡିଛି । ଦିଲ୍ଲୀ, ବିଶାଖାପାଟଣା, ଭୁବନେଶ୍ୱର, ଧାନବାଦ ଓ ଭୋପାଳସ୍ଥିତ ସିବିଆଇ କାର୍ଯ୍ୟାଳୟରୁ ଏହି ଅଧିକାରୀଙ୍କୁ ମନୋନୀତ କରାଯାଇଛି ।

ସ୍ପେଶାଲ ଟାସ୍କ୍ ଫୋର୍ସରେ ଜଣେ ଏସ୍‌ପି ପାହ୍ୟା ଅଧିକାରୀ ଥିବାବେଳେ ୩ ଜଣ ଡିଏସ୍‌ପି, ୨ ଜଣ ଇନ୍ସପେକ୍ଟର ଏବଂ ଜଣେ ସବ୍‌-ଇନ୍ସପେକ୍ଟର ପାହ୍ୟା ଅଧିକାରୀ ସାମିଲ ଅଛନ୍ତି । ମେ’ ୩୦ ପର୍ଯ୍ୟନ୍ତ ଏହି ଅଧିକାରୀମାନେ କୋଲକାତା ସିବିଆଇର ଆଣ୍ଟି କରପ୍‌ସନ ୟୁନିଟ୍ ସହ ମିଶି କାର୍ଯ୍ୟ କରିବେ । ୨୦୧୪ରୁ ୨୦୨୧ ମଧ୍ୟରେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଦୁର୍ନୀତି ହୋଇଥିଲା । ନିଯୁକ୍ତି ପାଇଥିବା ବ୍ୟକ୍ତିିମାନେ ୫ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଛି । ସିବିଆଇ ଓ ଇଡି ଏହି ମାମଲାରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କର ମହିଳା ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିସାରିଛି । ସେମାନଙ୍କ ବାସଭନ ଉପରେ ଚଢଉ କରାଯାଇ ଇତିମଧ୍ୟରେ ନଗଦ ପାଞ୍ଚ କୋଟି ଟଙ୍କା ଏବଂ ବିପୁଳ ପରିମାଣର ସ୍ୱର୍ଣ୍ଣାଳଙ୍କାର ମଧ୍ୟ ଜବତ କରାଯାଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking