32.1 C
Bhubaneswar
Saturday, October 19, 2024
Homeଓଡିଶାଉପର ମୁହାଁ କରୋନା: ଆରମ୍ଭ ହେଲା ମକ୍ ଡ୍ରିଲ୍‌

ଉପର ମୁହାଁ କରୋନା: ଆରମ୍ଭ ହେଲା ମକ୍ ଡ୍ରିଲ୍‌

ଭୁବନେଶ୍ୱର: ଦୀର୍ଘ କିଛି ଦିନର ବ୍ୟବଧାନ ପରେ ପୁଣି କରୋନା ଗ୍ରାଫ୍ ଉପରମୁହାଁ ହୋଇଛି । ଦେଶର କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାରେ ମଧ୍ୟ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଆସନ୍ତା ଏକ ମାସ ମଧ୍‌ୟରେ ପିକ୍ ଆସିପାରେ ବୋଲି ଚେତାବନୀ ବିଶେଷଜ୍ଞ ଅନୁମାନ କରିଛନ୍ତି । କୋଭିଡ୍ ପ୍ରସ୍ତୁତିର ସମୀକ୍ଷା ପାଇଁ ଆଜି ବିଭିନ୍ନ ମେଡିକାଲରେ ମକଡ୍ରିଲ ହୋଇଛି । ସରକାରୀ ମେଡିକାଲ ସହିତ ଘରୋଇ ମେଡିକାଲରେ ମଧ୍ୟ ମକଡ୍ରିଲ କରାଯାଇଛି । ଆସନ୍ତା କାଲି ମଧ୍ୟ ଏହି ମକ୍ ଡ୍ରିଲ କରାଯିବ । କୋଭିଡର ମୁକାବିଲା ପାଇଁ କ୍ୟାପିଟାଲଠୁ ଆରମ୍ଭ କରି ଏସସିବି ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ଦେଶରେ ଦିନକରେ ୫୮୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କୋଭିଡ୍ କେସ୍ ୬୨୯ ରହିଛି । ତେବେ ଆଜିର ମକ୍‌ଡ୍ରିଲ ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ନିରଞ୍ଜନ ମିଶ୍ର କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ, ଆଜି ମକ ଡ୍ରିଲ୍ କରାଯାଉଥିବା ବେଳେ ଆସନ୍ତା କାଲି ବି ଏହା କରାଯିବ ।

ଏହାର ଉଦ୍ଦେଶ୍ୟ କେତେ ବେଡ, ଆଇସିୟୁ ବେଡ, ଅକ୍ସିଜେନ, ସପୋର୍ଟ ସିଷ୍ଟମ, ଉପକରଣ, ଔଷଧ, ପିପିଇ କିଟ୍‌ର ମହଜୁଦ ଅଛି ତାହା ଜଣାଯିବ । ସବୁ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ମକ୍ ଡ୍ରିଲ୍ କରାଯାଉଛି । ରାଜ୍ୟରେ ଏବେ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ଅଧିକା ଅଛି । ଅଧିକାଂଶ ହୋମ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା ବେଳେ ୧୨ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ସେ କହିଛନ୍ତି । ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି । ମାସେ ମଧ୍ୟରେ ପିକ୍ ହୋଇପାରେ । ତେଣୁ ଆତଙ୍କିତ ନ ହୋଇ ଯେକୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ଆମେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏସସିବି ମେଡିକାଲରେ ମଧ୍ୟ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିଲାଗି କଟକରେ ସ୍ୱତନ୍ତ୍ର ଡେଡିକେଟେଡ କୋଭିଡ ୱାର୍ଡ ଖୋଲାଯାଇଛି ।

ବର୍ତ୍ତମାନ ସୁଦ୍ଧା ୨ ଜଣ କୋଭିଡ ରୋଗୀ ଏହି ୱାର୍ଡରେ ଭର୍ତ୍ତି ହୋଇ ସାରିଲେଣି । ୨୦ ଟି ବେଡ୍ ସହ ଏଥିରେ ୨ଟି ଆଇସିୟୁ ବେଡ଼ ପ୍ରସ୍ତୁତ କରି ରଖାଯାଇଛି । ସେହିପରି କୋଭିଡ ଟେଷ୍ଟିଂକୁ ତ୍ୱରାନ୍ୱିତ କରାଯାଉଛି । ଅପରପକ୍ଷେ ଏସସିବିରେ ପ୍ରତିଦିନ ପ୍ରାୟ ଏକ ହଜାର ପାଖାପାଖି କୋଭିଡ ଟେଷ୍ଟ ହେଉଛି । ଫିଭର କ୍ଲିନିକ୍‌କୁ ମଧ୍ୟ କାର୍ଯ୍ୟକ୍ଷମ କରାଯାଇଛି । କୋଭିଡ ୱାର୍ଡରେ ଦୁଇ ଜଣ ନର୍ସିଂ ଷ୍ଟାଫ୍‌, ୨ ଜଣ ଆଟେଣ୍ଡାଣ୍ଟ, ଜଣେ ସୁରକ୍ଷାକର୍ମୀଙ୍କ ସମେତ ଦୁଇ ଜଣ ଡାକ୍ତରଙ୍କୁ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି । ଅଧିକ ସଂଖ୍ୟକ ରୋଗୀ ଆସିଲେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଏସସିବି କର୍ତ୍ତୃପକ୍ଷ କହିଛନ୍ତି । ବିଶେଷକରି କୋଭିଡ ମୁକାବିଲା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବିଶେଷକରି କୋଭିଡ ନିୟମକୁ ପାଳନ କରିବା ସହ ସାମାଜିକ ଦୂରତ୍ୱ ଏବଂ ମାସ୍କ ପରିଧାନ କରିବା ଏବଂ ଅଯଥା ଗହଳିକୁ ନଯିବାକୁ ଡ. ମିଶ୍ର ପରାମର୍ଶ ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking