27.1 C
Bhubaneswar
Saturday, October 19, 2024
Homeଓଡିଶାଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର; ଚଳିତ ବର୍ଷ ୨୩୨ ଦିନ ପାଠପଢ଼ା, ୧୩୪ ଦିନ ଛୁଟି

ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର; ଚଳିତ ବର୍ଷ ୨୩୨ ଦିନ ପାଠପଢ଼ା, ୧୩୪ ଦିନ ଛୁଟି

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ଚଳିତ ବର୍ଷ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଏଲିମେଣ୍ଟାରୀ ବର୍ଗରେ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ ଛୁଟି ଦିବସ ଏବଂ ୫୩ ରବିବାର ରହିଛି । ତେଣୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଚଳିତ ଶିକ୍ଷା ବର୍ଷରେ ୧୩୩ ଦିନ ଛୁଟି ପାଇବେ । ସେହିଭଳି ଚଳିତ ମାସ ୧ରୁ ପିଲାଙ୍କର ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସପ୍ତାହରେ ଫରମେଟିଭ -୧ ପରୀକ୍ଷା, ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ସମ୍ମେଟିଭ -୧ ପରୀକ୍ଷା, ଜାନୁଆରୀ ୨୦୨୪ ପ୍ରଥମ ସପ୍ତାହରେ ଫରମେଟିଭ -୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ -୨ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିଭଳି ସେକେଣ୍ଡାରୀ ବା ୯ ରୁ ୧୦ମ ଶ୍ରେଣୀ ଲାଗି ଚଳିତ ଶିକ୍ଷାବର୍ଷ ଲାଗି ସମାନ ୨୩୨ ଶିକ୍ଷା ଦିବସ ରହିଥିବା ବେଳେ ୧୩୩ ଦିନ (ରବିବାରକୁ ମିଶାଇ)ଛୁଟି ଦିବସ ରହିଛି । ଓସେପା ହାତରେ ଏଲିମେଣ୍ଟାରୀ ଶିକ୍ଷା ଦାୟିତ୍ୱ ଥିବାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଛୁଟି ଓ ପରୀକ୍ଷା ସୂଚି ନିର୍ଦ୍ଧାରଣ କରାଯାଇଛି । ସେହିଭଳି ସେକେଣ୍ଡାରୀ ବର୍ଗ ବା ୯ମ ଓ ଦଶମ ଶ୍ରେଣୀ ଲାଗି ପରୀକ୍ଷା କାର୍ଯ୍ୟସୂଚୀ ମାଧ୍ୟମିକ ଶିକ୍ଷାବୋର୍ଡ ନିର୍ଦ୍ଧାରଣ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking