27.1 C
Bhubaneswar
Saturday, October 19, 2024
Homeଅପରାଧବ୍ରାଉନସୁଗାର ଜବତ, ୩ ଗିରଫ

ବ୍ରାଉନସୁଗାର ଜବତ, ୩ ଗିରଫ

ଭୁବେନଶ୍ୱର: ବ୍ରାଉନ୍‌ସୁଗର ବିକ୍ରି ଅଭିଯୋଗରେ ଶହୀଦନଗର ଥାନା ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରପଡା ବଡ ହାଟର ଏସ୍‌.କେ ରାହିଲ, ପୁରି ଜିଲା ରେଙ୍ଗାଲା ଗ୍ରାମର ଟୁଲୁ ଜେନା, ମୋହନ କିଶୋର ବେହେରା । ସେମାନଙ୍କ ହେପାଜତରୁ ମୋଟ ୧୦ଗ୍ରାମ ଓଜନର ବ୍ରାଉନ ସୁଗାର, ୩ଟି ମୋବାଇଲ ଫୋନ, ଦୁଇ ଗୋଟି ଦୁଇଚକିଆ ଯାନ , ଏବଂ ୩୬,୦୦୦ ଟଙ୍କା ଜବତ କରାଯାଇଛି ।

ସୂଚନାଯୋଗ୍ୟ, ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଶହୀଦନଗର ପୁଲିସ ପଥରବନ୍ଧ ବସ୍ତି ନିକଟରେ ଥିବା ଏଫସିଆଇ ବିଲ୍ଡିଂ ପଛ ପାଖରେ ଚଢଉ କରିଥିଲା । ଅଭିଯୁକ୍ତମାନେ ବ୍ରାଉନସୁଗର୍ ବିକ୍ରି କରୁଥିଲା ବେଳେ ପୁଲିସ ହାତରେ ଧରାପଡିଥିଲେ । ଯାହାଫଳରେ ୩ଜଣ ଅଭିଯୁକ୍ତଙ୍କୁ ସେଠାରୁ କାବୁ କରାଯାଇଥିଲା । ପଚରା ଉଚରା ସମୟରେ, ଅଭିଯୁକ୍ତମାନେ ଏହି ବ୍ରାଉନ ସୁଗାରକୁ ବାଲେଶ୍ୱର ଜିଲ୍ଲାରୁ ସଂଗ୍ରହ କରି ଆଣି ଭୁବନେଶ୍ୱର ସହରରେ ବେଆଇନ ଭାବରେ କରିଆସୁଥିବା କଥା ସ୍ୱୀକାର କରିଥିଲେ ।

ଏହି ଘଟଣାକୁ କେନ୍ଦ୍ରକରି ଶହୀଦନଗର ଥାନା ପୁଲିସ ଏକ ବେଆଇନ ବ୍ରାଉନ ସୁଗାର ବିକ୍ରି ମାମଲା ରୁଜୁ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଅଧିକ ତଦନ୍ତରୁ ଏହା ମଧ୍ୟ ଜଣା ପଡିଛି ଯେ,ଅଭିଯୁକ୍ତ ଏସକେ ରାହିଲ ଜଣେ ଅଭ୍ୟାସଗତ ଅପରାଧୀ ଅଟନ୍ତି । ତାଙ୍କ ନାମରେ ପୁର୍ବରୁ ମଧ୍ୟ କେନ୍ଦ୍ରାପଡ଼ା ଟାଉନ ଥାନାରେ ୪ଗୋଟି ଅପରାଧିକ ମାମଲା ରହିଛି । ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking