19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଶ୍ରୀଲଙ୍କାରେ ରାଡାର୍ ବେସ୍ କରିବ ଚୀନ୍‌

ଶ୍ରୀଲଙ୍କାରେ ରାଡାର୍ ବେସ୍ କରିବ ଚୀନ୍‌

କଲମ୍ବୋ : ଭରତ ମହାସାଗରରେ ଭାରତର ଗତିବିଧି ଏବଂ ନୌସେନା ଉପରେ ନଜର ରଖିବା ପାଇଁ ନିଜ ଲୋନ୍ ଜାଲରେ ବୁଢ଼ାଇଥିବା ଶ୍ରୀଲଙ୍କାରେ ଚୀନ୍ ଏକ ରାଡାର୍ ବେସ୍ ନିର୍ମାଣ କରିବାକୁ ଯାଉଛି । ଶ୍ରୀଲଙ୍କା ଇଣ୍ଟେଲିଜେନ୍ସ ଏଜେନ୍ସିର ଏକ ସୂତ୍ର ଚୀନ୍‌ର ରାଡାର୍ ସିଷ୍ଟମ୍ ନିର୍ମାଣ ସମ୍ପର୍କରେ ଖୁଲାସା କରିଥିବା ବ୍ରିଟେନ୍ ୱେବ୍‌ସାଇଟ୍‌ରେ କୁହାଯାଇଛି । ଏହି ପ୍ରୋଜେକ୍ଟର ନେତୃତ୍ୱ ଚୀନ୍‌ର ସାଇନ୍ସ ଏକାଡେମୀ କରିବ ବୋଲି ୱେବ୍‌ସାଇଟ୍‌ରେ ଦର୍ଶାଯାଇଛି । ଚୀନ୍ ଯେଉଁ ଡେଣ୍ଡରା ଉପକୂଳ ଅଞ୍ଚଳରେ ବେସ୍ ନିର୍ମାଣ କରିବାକୁ ଯାଉଛି, ତାହା ପୂର୍ବେ ଶ୍ରୀଲଙ୍କାର ରାଜଧାନୀ ଥିଲା । ଏହା ଶ୍ରୀଲଙ୍କା ଦକ୍ଷିଣ ଭାଗରେ ରହିଛି । ଇକୋନୋମିକ୍ସ ଟାଇମ୍ସ ଅନୁସାରେ ଏହି ରାଡାର ବେସ୍ ନିର୍ମାଣ ହେଲେ ଚୀନ୍ କୁଡ଼ନକୁଲମ୍ ଏବଂ କଳ୍ପକ୍କମ୍ ନ୍ୟୁକ୍ଲିୟର୍ ପାୱାର ପ୍ଲାଣ୍ଟ୍ ସମେତ ପୂରା ଦକ୍ଷିଣ ଭାରତ ଉପରେ ନଜର ରଖିପାରିବ । ସେହିପରି ଆଣ୍ଡାମାନ-ନିକୋବର ଆଇଲ୍ୟାଣ୍ଡ୍‌ରେ ଭାରତୀୟ ନୌସେନାର ଗତିବିଧିକୁ ମଧ୍ୟ ସହଜରେ ଟ୍ରାକ୍ କରାଯାଇପାରିବ । ଶ୍ରୀହରିକୋଟାରେ ଥିବା ଭାରତର ସ୍ପେସ୍ ଷ୍ଟେସନ୍ ମଧ୍ୟ ଏହାର ରେଞ୍ଜ୍‌ରେ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking