ମାନିଲା : ଫିଲିପାଇନ୍ସ ରାଜଧାନୀ ମାନିଲାରେ ମଙ୍ଗଳବାର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍ରେ ଏହା ତୀବ୍ରତା ୬.୨ ମପାଯାଇଛି । ନାସ୍ନାଲ୍ ସେଣ୍ଟର ଫର୍ ସିସ୍ମୋଲିଜି (ଏନ୍ସିଏସ୍) କହିଛି ଭୂକମ୍ପ ସନ୍ଧ୍ୟା ୬ଟା ୨୪ରେ ହୋଇଛି । ଏହାର କେନ୍ଦ୍ର ମାନିଲାର ୫୧୪ କିମି ପୂର୍ବରେ ଭୂମିଠାରୁ ୪୭ କିମି ଗଭୀରରେ ରହିଥିଲା । ତେବେ ଏଥିରେ କୌଣସି ପ୍ରକାରର ଧନଜୀବନ ନଷ୍ଟ ଖବର ମିଳିନାହିଁ ।