20.1 C
Bhubaneswar
Monday, November 25, 2024
Homeଦେଶ ବିଦେଶଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ବର୍ଷାରେ ୨୧ ଘଣ୍ଟା ପର୍ଯ୍ୟନ୍ତ ଆଣ୍ଠୁରେ ବସିରହିଲେ ଯୁବକ

ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ବର୍ଷାରେ ୨୧ ଘଣ୍ଟା ପର୍ଯ୍ୟନ୍ତ ଆଣ୍ଠୁରେ ବସିରହିଲେ ଯୁବକ

ବେଜିଂ: ତୁମେ ଫେରି ଆସ . . ତୁମ ବିନା ମୁଁ ରହିପାରିବି ନାହିଁ । ହାତରେ ଲାଲ୍ ଗୋଲାପ ଧରି ଗର୍ଲଫ୍ରେଣ୍ଡକୁ ମନେଇବା ପାଇଁ ବର୍ଷାରେ ୨୧ ଘଣ୍ଟା ପର୍ଯ୍ୟନ୍ତ ଆଣ୍ଠୁରେ ବସିରହିଲେ ଯୁବକ । ଚୀନରେ ଜଣେ ଯୁବକ ନିଜର ପୂର୍ବତନ ଗର୍ଲଫ୍ରେଣ୍ଡଙ୍କ କର୍ମକ୍ଷେତ୍ର ବାହାରେ ଆଣ୍ଠୁରେ ବସି ପୂରା ରାତି କଟାଇ ଦେଇଛନ୍ତି । ପ୍ରେମିକାକୁ ପୁଣି ଥରେ ନିଜ ଜୀବନକୁ ଫେରାଇ ଆଣିବା ପାଇଁ ସେ ଏପରି କାଣ୍ଡ କରିଛନ୍ତି । ଏହି କାହାଣୀ ଏବେ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି କରିଛି । ଚୀନ୍ ସିଆଚେନ୍ ପ୍ରାନ୍ତରେ ଏପରି ଏକ ଘଟଣା ଦେଖିବା ପାଇଁ ମିଳିଛି ।

ଦୁଇ ପହର ୧ ଟାରୁ ପର ଦିନ ୧୦ଟା ପର୍ଯ୍ୟନ୍ତ ସେ ଏପରି ବସିରହିଥିଲେ । ପ୍ରେମିକାକୁ ଫେରି ପାଇବା ପାଇଁ ଯୁବକ ଜଣକ ୨୧ ଘଣ୍ଟା ପର୍ଯ୍ୟନ୍ତ ସେହିପରି ଆଣ୍ଠୁ ମାଡ଼ି ବସି ରହିଥିଲେ । ପୋଲିସ ସମେତ ଅନ୍ୟାନ୍ୟ ଲୋକମାନେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲେ , କିନ୍ତୁ ସେ କାହା କଥା ଶୁଣୁନଥିଲେ । ହେଲେ ତାଙ୍କର ଏତେ ସବୁ କାଣ୍ଡ କାରନାମା ସତ୍ତ୍ୱେ ତାଙ୍କ ପୂର୍ବତନ ପ୍ରେମିକାଙ୍କର କୌଣସି ଦେଖା ନଥିଲା । ପଚାରିବା ପରେ ଜଣାପଡ଼ିଥିଲା, କିଛି ଦିନ ପୂର୍ବରୁ ପ୍ରେମିକା ସହ ଯୁବକଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ହେଲେ ସେ ପ୍ରେମିକା ବିନା ରହିପାରୁ ନାହାନ୍ତି । କ୍ଷମା ମାଗିଲେ ପ୍ରେମିକା ଫେରିଆସିବ ବୋଲି ତାଙ୍କର ଆଶା ଥିଲା । ଏଥିପାଇଁ ସେ ଏତେ ସମୟ ଫୁଲ ଧରି ପ୍ରେମିକାକୁ ମନେଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଥଣ୍ଡା ଅସହ୍ୟ ହେବାରୁ ସେ ପର ଦିନ ନିଜ ଘରକୁ ଫେରି ଯାଇଥିଲେ । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking