28.1 C
Bhubaneswar
Friday, October 18, 2024
Homeଓଡିଶାଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର !

ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର !

କେନ୍ଦୁଝରଗଡ଼ : କେନ୍ଦୁଝର ସହରର ମଧ୍ୟଭାଗରେ ଥିବା ଡେଲି ମାର୍କେଟରେ ସୋମବାର ଭୋରରୁ ଅଗ୍ନିକାଣ୍ଡ ଘଟି ୧୦୦ରୁ ଅଧିକ ଦୋକାନ ଛାରଖାର ହୋଇ ଯାଇଥିବା ବେଳେ ୧୦କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି। ସୋମବାର ଭୋର ପ୍ରାୟ ୫ଟା ୧୫ମି.ରେ ଡେଲି ମାର୍କେଟରେ ଥିବା ଖଗ ମହାନ୍ତିଙ୍କ ମସଲା ଦୋକାନରେ ପ୍ରଥମେ ଅଗ୍ନିକାଣ୍ଡ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିବା ପରେ କିଭଳି ଅଗ୍ନିକାଣ୍ଡକୁ ଆୟତ୍ତ କରାଯିବ ସେ ନେଇ ଅଗ୍ନିଶମ ବାହାୀନିକୁ ଖବର ଦିଆଯିବା ସହ ଡେଲି ମାର୍କେଟର ସମସ୍ତ ବ୍ୟବସାୟୀଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା।

ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ବ୍ୟବସାୟୀଙ୍କ ପକ୍ଷରୁ ନିକଟସ୍ଥ ଘର ମାନଙ୍କରୁ ପାଣି ସଂଗ୍ରହ କରାଯାଇ ଓ ଘରୋଇ ଟ୍ୟାଙ୍କର ଯୋଗେ ପ୍ରଥମେ ନିଆଁକୁ ଆୟତ୍ତ କରାଯିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଖବରପାଇ କେନ୍ଦୁଝର ଅଗ୍ନିଶମ ସମେତ ପାଟଣା, ଘଟଗାଁ, ବାଂଶପାଳ ଓ ହଳଦିଆଗୁଣାସ୍ଥିତ ଏମ୍‌‌ଏସ୍‌‌ପି ସ୍ପଞ୍ଜ କାରଖାନାର ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବାକୁ ଯାଇ ୪ଘଣ୍ଟା ବ୍ୟଧାନରେ ସକାଳ ପ୍ରାୟ ୯ଟା ୧୫ମି.ରେ ନିଆଁକୁ ଆୟତ୍ତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking