34.1 C
Bhubaneswar
Friday, October 18, 2024
Homeଓଡିଶାବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ

ବସ୍‌-ସ୍କୁଟି ମୁହାଁମୁହିଁ ଧକ୍କା ଜଣେ ମୃତ

ମୟୁରଭଞ୍ଜ:ବିଧାତାର ଲିଖନ କେ କରିବ ଆନ କୁହାଯାଉ ଥିବା ବେଳେ ସଂସାରରେ ମୃତ୍ୟୁ ଏକମାତ୍ର ସତ୍ୟ ଏବଂ ବିଧିନିର୍ଦିଷ୍ଟ। ଏହାକୁ ଏଡ଼ାଇବା ଅସମ୍ଭବ। ତେବେ ଅନେକ କ୍ଷେତ୍ରରେ ସତର୍କତା ଜୀବନ ବଞ୍ଚାଇବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସେ। ମାତ୍ର ଆଜିର ଘଟଣା ବାରିପଦା ସହରର କୃଷ୍ଣଚନ୍ଦ୍ର ଗୋଲାଇ ନିକଟ ବଜାର ଇଣ୍ଡିଆ ସମ୍ମୁଖରେ ବସ ସ୍କୁଟି ମଧ୍ୟରେ ଧକ୍କା। ଘଟଣାସ୍ଥଳରେ ସ୍କୁଟିରେ ଥିବା ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟଜଣେ ଯୁବତୀ ଗୁରୁତର। ସୂଚନା ଅନୁଯାୟୀ ଦୁଲାରୀ ନାମକ ଏକ ଯାତ୍ରୀବାହୀ ବସ ସ୍କୁଟିରେ ଯାଉଥିବା ଦୁଇ ଯୁବତୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଜଣେ ମୃତ। ଦୁଇଜଣ ଯୁବତୀ ଭାରତୀୟ ଡାକ ବିଭାଗରେ କାର‌୍ୟ୍ୟ କରୁଥିବାନେଇ ସୂଚନା। ସଡକ ଦୁର୍ଘଟଣାରେ ବସ ଧକ୍କାରେ ମୃତ୍ୟୁବରଣ କରିଥିବା ଯୁବତୀ ଜଣକ ହେଉଛନ୍ତି ରଶ୍ମିତା ବେହେରା ଏବଂ ଆହତ ଯୁବତୀ କାନ୍ତିପ୍ରଭା ମହାପାତ୍ର ବୋଲି ଜଣାପଡିଛି। ଉଭୟ ସ୍ଥାନୀୟ ଡାକବିଭାଗ କର୍ମଚାରୀ ଥିବା ଜଣାପଡିଛି। ଅନ୍ୟପଟେ ସରକାରଙ୍କ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ଦୁର୍ଘଟଣା କମିବା ବଦଳରେ ଦିନକୁଦିନ ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ରାସ୍ତା ଘାଟରେ ଦୁର୍ଘଟଣା ରୋକିବା ପାଇଁ ଯାଞ୍ଚ କରିବାର କଣ ମାନେ ଅଛି ବୋଲି ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି। ସେହିପରି ମୃତ୍ୟୁ ପୂର୍ବନିର୍ଦ୍ଧାରିତ, ବିଧିନିର୍ଦିଷ୍ଟ ଏବଂ ସୁନିଶ୍ଚିତ। ତେବେ ମୃତା ଯୁବତୀଙ୍କ ପରିବାରକୁ ତୁରନ୍ତ ଉଚିତ କ୍ଷତିପୂରଣ ପ୍ରଦାନ ସହିତ ପରିବାରରୁ ଜଣକୁ ନିଯୁକ୍ତି ଏବଂ ଆହତଯୁବତୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାକୁ ଦାବି ହେଉଛି। ଅନ୍ୟପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ବେଶ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking