ନୂଆଦିଲ୍ଲୀ: ଜନସଂଖ୍ୟା ହ୍ରାସ ଯୋଗୁଁ ଜାପାନ ଏକ ଗୁରୁତର ସଙ୍କଟ ଦେଇ ଗତି କରୁଛି । ଦେଶରେ ଜନ୍ମ ହାର ହ୍ରାସ ଯୋଗୁଁ ଜାପାନ ସରକାର ଦୀର୍ଘ ଦିନ ଧରି ଏହି ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ନେଉଛନ୍ତି । ନିକଟରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା ଜନସଂଖ୍ୟା ସଙ୍କଟ ଆଶଙ୍କାକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି ।
ଦେଶରେ ଜନସଂଖ୍ୟା ହ୍ରାସ ଯୋଗୁଁ ଜାପାନ ଅନେକ ଅସୁବିଧାର ସମ୍ମୁଖୀନ ହେଉଛି । ଦେଶରେ ହ୍ରାସ ପାଉଥିବା ଜନ୍ମ ହାରକୁ ଓଲଟପାଲଟ କରିବା ପାଇଁ ଜାପାନ ସରକାର ଅନେକ ପଦକ୍ଷେପ ପ୍ରସ୍ତାବ ଦେଇଛନ୍ତି । ଏପରି ପ୍ରସ୍ତାବରେ ପିଲାମାନଙ୍କ ପାଳନ ପୋଷଣ ଓ ଶିକ୍ଷା ଏବଂ ବେତନ ବୃଦ୍ଧି ପାଇଁ ଅଧିକ ସବସିଡି ଅନ୍ତର୍ଭୁକ୍ତ । ଏଠାରେ ଯୁବକ ଶ୍ରମିକମାନଙ୍କୁ ବିବାହ ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉତ୍ସାହିତ କରଯାଉଛି । ଅର୍ଥାତ ଯେଉଁମାନେ ଅଧିକ ସନ୍ତାନ ଜନ୍ମ ଦେବେ, ସେମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ବେତନ ପାଇବେ ।