27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶମୋଦୀ ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ମୋଦୀ ପୁଣି ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ୱାଶିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂନର୍ବାର ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା  ବିବେଚିତ ହୋଇଛନ୍ତି । ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ମୋଦୀ ୭୬ ପ୍ରତିଶତ ରେଟିଂ ପଏଣ୍ଟ ପାଇ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ଭାବେ ପରିଗଣିତ ହୋଇଛନ୍ତି ।

ଗତ ଫେବୃଆରୀରେ ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ହୋଇଥିବା ସର୍ଭେରେ ମଧ୍ୟ ମୋଦୀ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା ବିବେଚିତ ହୋଇଥିଲେ। ସେତେବେଳେ ମୋଦୀଙ୍କ ରେଟିଂ ପଏଣ୍ଟ ୭୮ ରହିଥିବାବେଳେ ଏଥିରେ ୨ପଏଣ୍ଟ ହ୍ରାସ ଘଟିଛି। ଅନ୍ୟମାନଙ୍କ ମଧ୍ୟରେ ମେକ୍ସିକୋ ରାଷ୍ଟ୍ରପତି ଆ‌େନ୍ଦ୍ରସ ମାନୁଏଲ ଲେପେଜ୍ ଓବ୍ରାଡର ୬୧ ପ୍ରତିଶତ ରେଟିଂ ପଏଣ୍ଟ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି।

ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ୫୫, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ୪୯, ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡି ସିଲ୍‌ଭା ୪୯, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପଏଣ୍ଟ ପାଇ ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଜମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି।

ଏହା ପଛକୁ କାନାନା ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡେୟୁ ୭ମ, ସ୍ପେନ ପ୍ରଧାନମନ୍ତ୍ରୀ ପେଡ୍ରୋ ସାନଚେଜ୍ ୮ମ, ଜର୍ମାନୀ ଚାନ୍ସେଲର ଓଲଫା ସ୍କୋଲାଜ ୯ମ , ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ୧୦ ସ୍ଥାନରେ ରହିଛନ୍ତି। ମର୍ଣ୍ଣିଂ କନସଲ୍ଟ ଏକ ରାଜନୈତିକ ଗୁଇନ୍ଦା ସଂସ୍ଥା ଯାହା ବିଭିନ୍ନ ସରକାରୀ ନେତାଙ୍କ ରେଟିଂ ପ୍ରଦାନ କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking