27.1 C
Bhubaneswar
Saturday, October 19, 2024
Homeଓଡିଶାସମର୍ଥ ଅଗ୍ରୱାଲଙ୍କ ଅପହରଣ ହତ୍ୟା ମାମଲା ; ପୁଲିସର ଛାନଭିନ ଜାରି

ସମର୍ଥ ଅଗ୍ରୱାଲଙ୍କ ଅପହରଣ ହତ୍ୟା ମାମଲା ; ପୁଲିସର ଛାନଭିନ ଜାରି

ବୁର୍ଲା : ବହୁ ଚର୍ଚ୍ଚିତ ଝାରସୁଗୁଡାର ନାବାଳକ ଛାତ୍ର ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯିବା ଘଟଣାରେ ବୁର୍ଲା ଲିଙ୍କ୍ ଏବେ ସାମ୍ନାକୁ ଆସିବା ସହିତ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତ ମାନେ ମୃତ ସମର୍ଥକୁ ଅପହରଣ ପରେ ଝାରସୁଗୁଡାରୁ ବୁର୍ଲା ଆଣିଥିବା ପୁର୍ବରୁ ପୁଲିସ ସୂଚନା ପାଇଥିବା ବେଳେ ବୁର୍ଲା ଲିଙ୍କର ଫର୍ଦ୍ଦାଫାସ କରିଛି ପୁଲିସ।

ରାତିରେ ଏବଂ  ମଧ୍ୟାହ୍ନ ସମୟରେ ଝାରସୁଗୁଡା ପୁୁଲିସ ସହରରେ ଛାନଭିନ ଚଳାଇଥିବା ବେଳେ ସମର୍ଥକୁ  ଅପହରଣ ଦିନ ରାତିରେ ରଖିଥିବା ବୁର୍ଲା ସହରର ତଥା ହସପିଟାଲର କର୍ମଚାରୀ ଗଣେଶ ନାୟକଙ୍କ ଘରକୁ ପୁଲିସ ଦଳ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଗତକାଲି ଠାରୁ ଗଣେଶକୁ ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଗଣେଶକୁ ସାଙ୍ଗରେ ଆଣି ପୁଣି ଅଧିକ ତଦନ୍ତ କରିଛି ଝାରସୁଗୁଡା ପୁଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking