32.1 C
Bhubaneswar
Saturday, October 19, 2024
Homeଓଡିଶାକେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ଡ

କେନ୍ଦୁଝର ଡେଲି ମାର୍କେଟରେ ଅଗ୍ନିକାଣ୍ଡ

କେନ୍ଦୁଝର: କେନ୍ଦୁଝର ଡେଲି ମାର୍କେଟରେ ଲାଗିଥିବା ନିଆଁକୁ ପ୍ରାୟ ୩ ଘଣ୍ଟା ପରେ ଆୟତ୍ତ ହୋଇଥିବା ଜଣାଯାଇଛି। କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତବହୁଳ ରାହସ ଡେଲି ମାର୍କେଟ ରେ ଆଜି ସକାଳୁ ସକାଳୁ ହଠାତ ଅଗ୍ନିକାଣ୍ଡ ଘଟି ୨୫ରୁ ୩୦ଟି ଦୋକାନ ଜଳିପୋଡ଼ି ପାଉଁଶ ହୋଇଯାଇଛି । କୌଣସି ଏକ ଦୋକାନରୁ ସଟସର୍କିଟ ପାଇଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଛୋଟ ଜାଗାରେ ଅନେକ ଦୋକାନ ଖୁନ୍ଦାଖୁନ୍ଦି ହୋଇ ଥିବାରୁ ନିଆଁ ସଙ୍ଗେସଙ୍ଗେ ବ୍ୟାପି ଯାଇଥିଲା । ଦେଖୁ ଦେଖୁ ଅଳ୍ପ ସମୟ ମଧ୍ୟରେ ୨୫ରୁ ୩୦ଟି ଦୋକାନରେ ନିଆଁ ଲାଗିଯାଇଥିଲା । ସ୍ଥାନୀୟ ଦୋକାନୀ ଓ ଲୋକଙ୍କ ସହ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି। ଅକ୍ଲାନ୍ତ ଉଦ୍ୟମ ପରେ ଯଦିବା ନିଆଁ ଆୟତ୍ତ ହୋଇଛି, ତେବେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଲୋକଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ବିଳମ୍ବରେ ଆସିବା ଏବଂ କିଛି ସମୟ ପରେ ପାଣି ସରିଯିବା ଯୋଗୁ ନିଆଁକୁ ଆୟତ୍ତ କରାଯିବା ଲାଗି ସମୟ ଲାଗିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking