27.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଧୂମ୍‌ଧାମ୍‌ରେ ବିଜେପି ସ୍ଥାପନା ଦିବସ ପାଳନ ପାଇଁ ପ୍ରସ୍ତୁତି; ସାରା ଦେଶର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ...

ଧୂମ୍‌ଧାମ୍‌ରେ ବିଜେପି ସ୍ଥାପନା ଦିବସ ପାଳନ ପାଇଁ ପ୍ରସ୍ତୁତି; ସାରା ଦେଶର କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ : ବିଜେପି ସ୍ଥାପନା ଦିବସ ପାଳନ ପାଇଁ ପାର୍ଟି ପକ୍ଷରୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏପ୍ରିଲ୍ ୬ରେ ପାଳିତ ହେବାକୁ ଥିବା ପାର୍ଟିର ୪୩ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶର ପାର୍ଟି କର୍ମକର୍ତ୍ତାଙ୍କ ସମ୍ବୋଧିତ କରିବେ । ଅନ୍ୟପକ୍ଷରେ ବିଜେପି ଏପ୍ରିଲ୍ ୬ରୁ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସାମାଜିକ ନ୍ୟାୟ ସପ୍ତାହ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି । ଏହି ଅବସରରେ ଗରିବ, ଶୋଷିତ, ବଞ୍ଚିତ, ଅନୁସୂଚୀତ ଜାତି, ଅନୁସୂଚୀତ ଜନଜାତି ଏବଂ ପଛୁଆ ବର୍ଗଙ୍କ କଲ୍ୟାଣ ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।

ବିଶ୍ୱର ସବୁଠୁ ବଡ଼ ରାଜନୈତିକ ପାର୍ଟି ବିଜେପିର ଦେଶରେ ସର୍ବାଧିକ ସାଂସଦ, ବିଧାୟକ ଏବଂ ପାର୍ଷଦ ରହିଛନ୍ତି । ସବୁଠୁ ଅଧିକ ରାଜ୍ୟରେ ପାର୍ଟିର ସରକାର ରହିଛି । ଦେଶବ୍ୟାପୀ ସ୍ଥାପନା ଦିବସକୁ ହର୍ଷୋଲ୍ଲାସ ସହିତ ପାଳିବା ପାଇଁ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ପାର୍ଟି ପତାକା ଉତ୍ତୋଳନ କରିବା ସହ ଫଳ ଓ ମିଷ୍ଟାନ୍ନ ବାଣ୍ଟିବାକୁ କୁହାଯାଇଛି । ପ୍ରତ୍ୟେକ ବୁଥ୍‌ରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପ୍ରତ୍ୟେକ ବୁଥ୍ ସଭାପତିଙ୍କ ଘରେ ପାର୍ଟି ପତାକା ଲଗାଇବାକୁ କୁହାଯାଇଛି । ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସମସ୍ତ ବୁଥ୍‌, ମଣ୍ଡଳ, ଜିଲ୍ଲା ଏବଂ ପ୍ରଦେଶ କାର୍ଯ୍ୟାଳୟରେ ତାଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପିତ କରାଯିବ । ଆଖପାରେ ସ୍ୱଚ୍ଛତା ଅଭିଯାନ ଚଳାଯିବା ସହିତ ମୋଦୀ ସରକାରଙ୍କ ଦ୍ୱାରା ଅନୁସୂଚୀତ ସମାଜର କଲ୍ୟାଣ ପାଇଁ କରାଯାଇଥିବା ନିଷ୍ପତ୍ତି ଉପରେ ଆଲୋଚନା ପାଇଁ ନିର୍ଦ୍ଦେଶ ରହିଛି ।

ଏପ୍ରିଲ୍‌ରେ ୧୧ରେ ମହାନ୍ ସମାଜ ସୁଧାରଣ ଜ୍ୟୋତି ବା ଫୁଲେ୍‌ଙ୍କ ଜୟନ୍ତୀରେ ତାଙ୍କ ଫଟୋଚିତ୍ରରେ ମଧ୍ୟ ପୁଷ୍ପାଞ୍ଜଳି ପ୍ରଦାନ ପାଇଁ କୁହାଯାଇଛି । ମୋଦୀ ସରକାର ତଥା ରାଜ୍ୟ ବିଜେପି ସରକାର ଦ୍ୱାରା ପଛୁଆ ବର୍ଗଙ୍କ ପାଇଁ କରାଯାଇଥିବା ଐତିହାସିକ ନିଷ୍ପତ୍ତି ଉପରେ ଆଲୋଚନା ମଧ୍ୟ ହେବ । ପ୍ରତ୍ୟେକ ଜିଲ୍ଲାରେ ପାର୍ଟିର ବରିଷ୍ଠ କର୍ମକର୍ତ୍ତାଙ୍କ ସମ୍ମାନ, ମେଧାବୀ ଛାତ୍ରମାନଙ୍କୁ ସମ୍ମାନ, ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ଏବଂ ସମସ୍ତ ସାଂସଦ, ବିଧାୟକ ଏବଂ ଅନ୍ୟ ଜନପ୍ରତିନିଧିଙ୍କୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking