ବେଙ୍ଗାଲୁର: ଏଠାକାର ସାଇ ହଷ୍ଟେଲ୍ରେ ଜଣେ ଡିପ୍ଲୋମା ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ବେଳେ ଏନେଇ ଗତ ୨୯ ତାରିଖରେ ପୁଲିସ୍ରେ ଏକ ମାମଲା ରୁଜୁ ହୋଇଛି । ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ଜଣେ ନିର୍ଦ୍ଦେଶକ ସ୍ତରୀୟ ଅଧିକାରୀଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି ଓ ଏହି କମିଟିକୁ ଯଥାଶୀଘ୍ର ସାଇ ମୁଖ୍ୟାଳୟରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଥିବା ଜଣାପଡ଼ିଛି ।
ଉକ୍ତ ଅନ୍ତେଃବାସୀ ଜଣକ କୋଚିଂ ଡିପ୍ଲୋମା କରୁଥିବା ବେଳେ ଗତ ୨୮ ତାରିଖରେ ସେ ୱାଶ୍ରୁମ୍ରେ ଥିବା ସମୟରେ ଅନ୍ୟ ଜଣେ ଅନ୍ତେଃବାସୀ ତାଙ୍କର ଆପତ୍ତିଜନକ ଫଟୋ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ହଷ୍ଟେଲ୍ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଉକ୍ତ ଅଭିଯୁକ୍ତଙ୍କୁ ସେଠାରୁ ବିତାଡ଼ିତ କରାଯାଇଛି । ଉଭୟ ଅନ୍ତେଃବାସୀଙ୍କ ମଧ୍ୟରେ ଶତ୍ରୁତା ଥିଲା ଓ ସେଥିପାଇଁ ସେମାନେ ପରସ୍ପର ସହ କଥାବାର୍ତ୍ତା ମଧ୍ୟ କରୁ ନଥିଲେ । ତେବେ ଅଭିଯୁକ୍ତ ଅନ୍ତେଃବାସୀ ଜଣକ କୋଚିଂ ଡିପ୍ଲୋମା କରୁଥିବା ଅନ୍ତେଃବାସୀଙ୍କ ଫଟୋ ଭାଇରାଲ୍ କରିବା ଉଦ୍ଦେଶ୍ୟରେ ଏପରି ଫଟୋ ଉତ୍ତୋଳନ କରୁଥିବା ଜଣାପଡ଼ିଛି ।