ଭୁବନେଶ୍ୱର: ଜମି ଜବର ଦଖଲରେ କେବଳ ଯେ ପୁରୁଷ ବାହୁବଳୀଙ୍କ ସମ୍ପୃକ୍ତି ରହିଛି ତାହା ନୁହେଁ ବରଂ ମହିଳା ବାଉନ୍ସରଙ୍କ ମଧ୍ୟ ଭୂମୀକା କାହିଁରେ କଣ । ପରୁଷଙ୍କ ସାଙ୍ଗରେ ମହିଳା ମାନେ ତାଳ ଦେଇ ଗୁଣ୍ଡା ସାଜୁଛନ୍ତିି । ବାଉନ୍ସର ପାଲଟୁଛନ୍ତି । ଜୋର ଜବରଦସ୍ତୀ କରୁଛନ୍ତି । ଅପରାଧ ସ୍ଥଳକୁ ଯାଉଛନ୍ତି । ଏହା ସହ ଧକ୍କା ମୁକ୍କି କରି ଲୋକଙ୍କ ଠାରୁ ଜମି ହଡପ କରି ଲକ୍ଷା ଧିକ ଟଙ୍କା କମାଉଛନ୍ତି ।
ନୟାପଲ୍ଲୀ ଥାନା ଦୋକାନ ଘର ଭଙ୍ଗାରେ ଏକ ମହିଳା ବାଉନ୍ସର ଗ୍ୟାଙ୍ଗ ସାମ୍ନାକୁ ଆସିଛି । ଏକ ୪ ଜଣିଆ ମହିଳା ବାଉନ୍ସର ଗ୍ୟାଙ୍ଗ ସମ୍ପର୍କରେ ପୁଲିସକୁ ଖବର ମିଳିଛି । ମହିଳା ବାଉନ୍ସର ଗ୍ୟାଙ୍ଗର ୨ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗରର ଜ୍ୟୋତି ମାଥନ୍ ଓ ଷ୍ଟେସନ ବଜାରର ଗୀତା ଦାସ । ଏମାନଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି । ପୁଲିସ ସୂଚନା ମୁତାବକ ଘଟଣା ଦିନ ଦୁଇ ମହିଳା ବସରେ ଆସି ଭଙ୍ଗାରୁଜାରେ ସାମିଲ ହୋଇଥିଲେ । ଅନ୍ୟମାନେ ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉକୁ ଜୋରଦାର କରୁଛି । ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ, ଏହି ବାଉନ୍ସର ଟିମ୍ ଜୋର ଜବରଦସ୍ତ ଅନ୍ୟର ଜମିକୁ ଅକ୍ତିଆର କରୁଥିଲେ । ପୁଲିସକୁ କହିଲେ ମାରି ଦେବାକୁ ଧମକ ଦେଉଥିଲେ ।
ମହିଳା ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ୍ ଜ୍ୟୋତି
ଗିରଫ ଅଭିଯୁକ୍ତ ଜ୍ୟୋତି ମହିଳା ବାଉନ୍ସର ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅଟେ । ଜ୍ୟୋତି ବଡ ବଡ ଜମି କବଜ୍ଜାକାରୀ ପୁରୁଷ ଗ୍ୟାଙ୍ଗ ସହ ଯୋଗାଯୋଗରେ ରହିଥାଏ । ଜ୍ୟୋତିକୁ ସେମାନେ କାମ ଦେଇଥାନ୍ତି । ଜ୍ୟୋତି ଓକେ କଲେ ଗ୍ୟାଙ୍ଗ ଆକ୍ଟିଭ୍ ହୋଇଥାଏ । ଜ୍ୟୋତିର ପତିଆରା ରାଜଧାନୀରେ କାହିଁରେ କଣ । ଜ୍ୟୋତି ମୁଣ୍ଡରେ ବହୁ ବଡ ବଡିଆଙ୍କ ହାତ ରହିଛି । ଜମି ଅଧିଗ୍ରହଣ ବ୍ୟତିତ ଏମାନେ ବଡବଡିଆଙ୍କ ଅନେକ କାମ କରିଥାନ୍ତି । ତେବେ ଜ୍ୟୋତି କାମ ପାଇବା ମାତ୍ରେ ପୁରଣ କରେ । ସେ କେବେ ବି କନ୍ସାଇନ୍ମେଣ୍ଟ ନେବା ପରେ ଫେଲ୍ ମାରି ନ ଥାଏ । ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରାଘବ ଜେନାଙ୍କ ଲେଡିୱୀଙ୍ଗ୍କୁ ସେ ସମ୍ଭାଳି ଥାଏ ।
ସମାଜସେବୀ ବେଶରେ ଗ୍ୟାଙ୍ଗଷ୍ଟର ଏବଂ ବାଉନ୍ସର
ଜ୍ୟୋତି ସମାସେବୀ ବେଶରେ ଥିଲେ ବାଉନ୍ସର ଆଉ ଗ୍ୟାଙ୍ଗଷ୍ଟାର । ସମାଜସେବୀର ମୁଖା ପିନ୍ଧି ସେ ରାଜଧାନୀରେ ରଚୁଥିଲେ ଅପରାଧିକ ଷଡଯନ୍ତ୍ର ଭଳି ଅସାମାଜିକ କାର୍ଯ୍ୟ । ମାରପିଟ ଠାରୁ ଆରମ୍ଭ କରି ଜମି ହଡ଼ପ ବହୁ ଅପରାଧରେ ସାମିଲ ରହୁଥିଲେ । ଗିରଫ ହୋଇଥିବା ଜ୍ୟୋତି ରାଜଧାନୀରେ ସମାଜସେବୀ ଭାବେ ଏକ ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କର ନାରୀ ମଞ୍ଚ ନାମରେ ସମାଜସେବୀ ସଂଗଠନ ରହିଛି । ତାଙ୍କ କହିବା ଅନୁଯାୟୀ ଏହାର କାର୍ଯ୍ୟାଳୟ କଳ୍ପନା ଛକରେ ଅବସ୍ଥିତ । ଏଠାରେ ସମାଜସେବା ନାମରେ ବିଭିନ୍ନ ବସ୍ତି ମହିଳାଙ୍କୁ ଡକାଯାଏ । କିଛି କ୍ଷେତ୍ରରେ ସେମାନଙ୍କ ସମସ୍ୟା ବୁଝାଯାଏ । ବିଶେଷ କରି ଥାନାରେ ପୁଲିସ ଯଦି କୌଣସି ମାମଲା ଶୁଣେ ନାହିଁ ତେବେ ଏହି ମଞ୍ଚ ଥାନାକୁ ଯାଇ ପୁଲିସ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରି ମାମଲା ଫଇସାଲା କରିଥାନ୍ତି । ଅର୍ଥୀକ ଦୁର୍ବଳ ଏବଂ ଶାରୀରିକ ଭାବେ ସବଳ ଥିବା ମହିଳାଙ୍କୁ ଏମାନେ ଟାର୍ଗେଟ କରିଥାନ୍ତି । ଥରେ ଏମାନଙ୍କ ହାତରେ କୌଣସି ମହିଳା ସେମାନଙ୍କ କାମ ପାଇଁ ଫିଟ୍ ବୋଲି ବିବେଚିତ ହେବା ପରେ ସେ ଆଉ ଏହି ବାଉନ୍ସର ଗ୍ୟାଙ୍ଗ ଚାଙ୍ଗୁଲରୁ ଖସି ପାରେ ନାହିଁ । ଏହା ସାମ୍ନାକୁ ଆସିବା ପରେ ସାଧରଣରେ ଜ୍ୟୋତିଙ୍କ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ଜୋର ଧରୁଛି ।
ମୋଚିସାହି ବସ୍ତିରୁ ର୍ୟାଲି ନାମରେ ଯାଇଥିଲେ ୪୫ ମହିଳା
ଷ୍ଟେସନ ବଜାର ମୋଚିସାହିରୁ ୪୫ ଜଣ ଦିନ ମଜୁରିଆ ମହିଳାଙ୍କୁ ର୍ୟାଲି ନାମରେ ଜମି କବଜ୍ଜା ପାଇଁ ନିଆଯାଇଥିଲା । ଘଟଣାଦିନ ଦିନ ୩ଟା ବେଳକୁ ଗୀତାଙ୍କୁ ମାଷ୍ଟରମାଇଣ୍ଡ ଜ୍ୟୋତି ୪୫ ମହିଳାଙ୍କୁ ଯୋଗାଡ କରିବା ପାଇଁ କହିଥିଲେ । ଏକ ର୍ୟାଲି ଯିବାକୁ କହି ପାଇଁ ଉକ୍ତ ମହିଳାମାନଙ୍କୁ ଡକା ଯାଇଥିଲା । ଏଥିପାଇଁ ପ୍ରତ୍ୟେକଙ୍କୁ ୭୦୦ ଟଙ୍କା ଦିଆଯାଇଥିଲା । ଗୀତା ସବୁ ମହିଳାଙ୍କୁ ମୋଚିସାହିରେ ଏକାଠୀ କରିଥିଲେ । ରାତି ୧୦ଟାରେ ବସ୍ ଲାଗିଲା । ଜ୍ୟୋତିଙ୍କ ପକ୍ଷରୁ ବୁଦ୍ଧେଶ୍ୱରୀ ଫିସର ଲେନ୍ ପୋଷ୍ଟ ଅଫିସ ଗଳିରେ ଏକ ଭୋଜି ଭାତର ଆୟୋଜନ କରାଯାଇଥିଲା । ଭୋଜିରେ ସମସ୍ତଙ୍କୁ ଚିକେନ୍ ବିରିୟାନୀ ଦିଆଯାଥିଲା । ରାତି ପ୍ରାୟ ୧ଟାରେ ପରେ ସମସ୍ତେ ପୁଣି ବସରେ ବସି ଅପରାଧ ସ୍ଥଳକୁ ଯାଇଥିଲେ ।
ବାଉନ୍ସର ଗ୍ୟାଙ୍ଗ ପଛରେ ବଡବଡିଆଙ୍କ ହାତ
୨ ବାଉନ୍ସର ଗ୍ୟାଙ୍ଗ ପଛରେ ବହୁ ବଡବଡିଆ ହାତ ଥିବା ନେଇ ଚର୍ଚ୍ଚା ହେଉଛି । ଏମାନେ ବଡ ବଡିଆ ମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ସୁବିଧା ଅସୁବିଧାରେ ଏମାନଙ୍କ ପାଖାରେ ଢାଲ ଭଳି ଛିଡା ହୋଇଥାନ୍ତି । ତେଣୁ ଏହି ବଡ ବଡିଆଙ୍କୁ ପୁଲିସ ସାମ୍ନାକୁ ଆଣୁ ବୋଲି ବିଭିନ୍ନ ଚର୍ଚ୍ଚା ହେଉଛି । ତେବେ ୨ ଘଣ୍ଟା ନୟାପଲ୍ଲୀରେ ଭଳି ସମ୍ବେଦନଶୀଳ ସ୍ଥାନରେ କିଭଳି ୨ ଘଣ୍ଟା କାଳ ଏମାନେ ଆତଙ୍କ ରାଜ ଚଳାଇଲେ ପୁଲିସ କିଛି ଜାଣି ପାରିଲା ନାହିଁ ତାହାକୁ ନେଇ ବୁଦ୍ଧୀଜିବୀମାନେ ପ୍ରଶ୍ନ କରିଛନ୍ତି ।
କଳା ପୋଶାକରେ ଥିଲେ ମହିଳା ବାଉନ୍ସର
୪ ମହିଳା ବାଉନ୍ସର ବେଶରେ ଥିଲେ । ବଉନ୍ସର ଭଳି କଳା କପଡା ପିନ୍ଧିଥିଲେ । ମୁହଁ ଲୁଚାଇବାକୁ ମାକ୍ସ ପିନ୍ଧିଥିଲେ । ସେମାନଙ୍କୁ କେହି ଜଣେ ଫୋନରେ ଡାଇରେକ୍ସନ ଦେଇଥିଲେ । ଡାଇରେକ୍ସନ ଅନୁଯାୟୀ ବସ ଚାଲଉଥିଲା ।
ପଟିଆଲାରୁ ଆସି ରାଜଧାନୀରେ ଲେଡିଡନ୍, ନାୟର ଦେଇଥିଲେ କଣ୍ଟ୍ରାକ୍ଟ
ଜ୍ୟୋତିଙ୍କ ଘର ପଞ୍ଜାବ ପଟିଆଲା ସହର । ତାଙ୍କ ବୟନ ୪୦ । ତାଙ୍କ ସ୍ୱାମୀ ହେଲେ ଆନନ୍ଦ ମାଥାନ୍ । ସେ କିଛି ବର୍ଷ ହେବ ପଟିଆଲା ଛାଡି ରାଜଧାନୀରେ ଚାଲି ଆସିଥିଲେ । ଏଠାରେ ଲକ୍ଷ୍ମୀସାଗର ସ୍ଥିତ ମାଳିଅନ୍ତା ପୋଖରି ବସ୍ତୀରେ ରହିଥିଲେ ।
ଏଠାରେ ସେ ରାଘବଙ୍କ ପାଖରେ ପହଞ୍ôଚଥିଲେ । ଛୋଟମୋଟ ଗଣ୍ଡଗୋଳରୁ ଅପରାଧ ଜଗତରେ ଜ୍ୟୋତିଙ୍କ ପତିଆରା ବଢି ଚାଲିଲା । ଶେଷରେ ବାଉନ୍ସର ସାଜି ଲେଡି ଡନ୍ ପାଲଟିଲେ । ଅଫି ନାୟର ନାମକ ବ୍ୟକ୍ତି ଜ୍ୟୋତିଙ୍କ ଘନିଷ୍ଠ ସହଯୋଗୀ ଅଟନ୍ତି । ଅଫି ନାୟର ହିଁ ତାଙ୍କୁ ରାଘବଙ୍କୁ ଠାରୁ ଏହି କଣ୍ଟ୍ରାକ୍ଟ ଦେଇଥିଲେ ।