31.1 C
Bhubaneswar
Monday, October 21, 2024
Homeଖେଳମାଡ୍ରିଡ୍ ଓପନ୍‌: କ୍ୱାର୍ଟର୍‌ରେ ସିନ୍ଧୁ ଓ ଶ୍ରୀକାନ୍ତ

ମାଡ୍ରିଡ୍ ଓପନ୍‌: କ୍ୱାର୍ଟର୍‌ରେ ସିନ୍ଧୁ ଓ ଶ୍ରୀକାନ୍ତ

ମାଡ୍ରିଡ: ଏଠାରେ ଚାଲିଥିôବା ମାଡ୍ରିଡ୍ ଓପନ୍ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଦୁଇ ଜଣ ଭାରତୀୟ ତାରକା ଶଟଲର୍ ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ । ଏହି ଦୁଇ ଖେଳାଳି ସିଙ୍ଗଲ୍ସ ଇଭେଣ୍ଟ୍‌ରେ ସେମାନଙ୍କ ବିଜୟ ଧାରା ଜାରି ପୂର୍ବକ ଏହି ପର୍ଯ୍ୟାୟରେ ପହଞ୍ଚିଛନ୍ତି । ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ସିନ୍ଧୁ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ଇଣ୍ଡୋନେସିଆର ପୁତ୍ରି କୁସୁମା ୱାରଦାନିଙ୍କୁ ୨୧-୧୬, ୨୧-୧୪ରେ ପରାସ୍ତ କରିଥିବା ବେଳେ ଏହି ମ୍ୟାଚ୍‌ଟି ଘଣ୍ଟାଏରୁ ସାମାନ୍ୟ ଅଧିକ ସମୟ ପର୍ଯ୍ୟନ୍ତ ଚାଲିଥିଲା ।

ଏଥିସହ ଚଳିତ ସିଜନ୍‌ରେ ସିନ୍ଧୁ ପ୍ରଥମ ଥର ପାଇଁ କୌଣସି ଟୁର୍ଣ୍ଣାମେଣ୍ଟ୍‌ର କ୍ୱାର୍ଟର୍ ଫାଇନାଲ୍‌ରେ ପହଞ୍ଚିଛନ୍ତି । ସେ ଅନ୍ତିମ ୮ ପର୍ଯ୍ୟାୟରେ ଡେନ୍‌ମାର୍କର ମିଆ ବ୍ଲିଚ୍‌ଫେଲ୍ଟଙ୍କୁ ଭେଟିବେ । ସେହିପରି ପଞ୍ଚମ ସିଡ୍ ଶ୍ରୀକାନ୍ତ ନିଜ ଦେଶର ୪୯ତମ ର‌୍ୟାଙ୍କ୍‌ର ଖେଳାଳି ବି. ସାଇ ପ୍ରଣୀତଙ୍କୁ ୨୧-୧୫, ୨୧-୧୨ରେ ପରାସ୍ତ କରିଛନ୍ତି । ୨୧ତମ ସିଡେଡ୍ ଖେଳାଳି ଶ୍ରୀକାନ୍ତ କ୍ୱାର୍ଟର୍ ଫାଇନାଲ୍‌ରେ ଟପ୍ ସିଡ୍ ଜାପାନ ଖେଳାଳି କେଣ୍ଟା ନିଶିମୋଟୋଙ୍କୁ ଭେଟିବେ ।

କାରଣ ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍‌ରେ ନିଶିମୋଟୋ ୱାକ୍‌ଓଭର୍ ପାଇ କ୍ୱାର୍ଟର୍‌ରେ ପହଞ୍ଚିଛନ୍ତି । ତେବେ ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟତମ ଭାରତୀୟ ଖେଳାଳି କିରନ୍ ଜର୍ଜ ଓ ପ୍ରିୟାଂଶୁ ରଜାୱତ୍ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟ୍‌ରୁ ବାଦ୍ ପଡ଼ିଛନ୍ତି । ଜର୍ଜ ଡେନ୍‌ମାର୍କର ମ୍ୟାଗ୍ନସ୍ ଜୋହାନ୍‌ସନ୍‌ଙ୍କଠାରୁ ୩୧ ମିନିଟ୍‌ର ମୁକାବିଲାରେ ୧୭-୨୧, ୧୨-୨୧ରେ ଏବଂ ରଜାୱତ୍ ଫ୍ରାନ୍ସର ଅଷ୍ଟମ ସିଡ୍ ଟୋମା ଜୁନିଅର୍ ପୋପୋଭ୍‌ଙ୍କଠାରୁ ୧୪-୨୧, ୧୫-୨୧ରେ ପରାସ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking