32.1 C
Bhubaneswar
Monday, October 21, 2024
Homeଖେଳବୁମରାଙ୍କ ସ୍ଥାନ ନେଇପାରିବେ ସିରାଜ୍‌: ଟେଲର୍‌

ବୁମରାଙ୍କ ସ୍ଥାନ ନେଇପାରିବେ ସିରାଜ୍‌: ଟେଲର୍‌

ୱେଲିଂଟନ୍ : ଚଳିତ ବର୍ଷ ଜୁନ୍ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଦି ଓଭାଲ୍‌ଠାରେ ଦ୍ୱିତୀୟ ୱାର୍ଲ୍ଡ ଟେଷ୍ଟ୍ ଚାମ୍ପିଅନ୍‌ଶିପ୍ (ଡବ୍‌ଲ୍ୟୁଟିସି) ଫାଇନାଲ୍ ଖେଳାଯିବ । ଏଥିରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ମୁକାବିଲା ହେବ । ତେବେ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ଖ୍ୟାତନାମା ପେସର୍ ଜସପ୍ରୀତ୍ ବୁମରା ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା ରହିଛି । ଏହି ପେସର୍ ଜଣକ ଆଘାତଜନିତ କାରଣରୁ ଗତ ବର୍ଷ ସେପ୍ଟେମ୍ବରଠାରୁ କ୍ରିକେଟ୍ ପଡ଼ିଆଠରୁ ଦୂରରେ ଅଛନ୍ତି ।

ଅଷ୍ଟ୍ରେଲିଆ ପରି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଭାରତକୁ ପ୍ରଭାବଶାଳୀ ପ୍ରଦର୍ଶନ କରିବାକୁ ହେଲେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ନିହାତି ଜରୁରୀ ହୋଇପଡ଼ିଛି । ତେବେ ଏହି ପେସର୍‌ଙ୍କ ସ୍ଥାନରେ ମହମ୍ମଦ ସିରାଜ୍ ମଧ୍ୟ ଭାରତୀୟ ଦଳର ବୋଲିଂ ଲାଇନ୍‌କୁ ବେଶ୍ ସୁଦୃଢ଼ କରିପାରିବେ ବୋଲି ମତ ଦେଇଛନ୍ତି ନ୍ୟୁଜିଲାଣ୍ଡ୍‌ର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର୍ । ସେ କହିଛନ୍ତି ଯେ ଡବ୍‌ଲ୍ୟୁଟିସିର ପ୍ରଥମ ସଂସ୍କରଣ ଫାଇନାଲ୍‌ରେ ସିରାଜ୍ ଅଂଶଗ୍ରହଣ କରି ନ ଥିଲେ । କିନ୍ତୁ ଇଂଲିଶ୍ ପରିବେଶ ତାଙ୍କୁ ଯଥେଷ୍ଟ ସୁହାଇବ ଓ ସେ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ଘାତକ ସାବ୍ୟସ୍ତ ହେବେ । ମହମ୍ମଦ ଶମି ଡ୍ୟୁକ୍ ବଲ୍‌ର ଉପଯୁକ୍ତ ବିନିଯୋଗ କରିପାରିବେ । କିନ୍ତୁ ସିରାଜ୍‌ଙ୍କ ପାଖରେ ମଧ୍ୟ ଗତି ରହିଛି ଓ ଇଂଲିଶ୍ ପରିବେଶରେ ସେ ଡ୍ୟୁକ୍ ବଲରୁ ସୁଇଙ୍ଗ୍ ହାସଲ କରିପାରିବେ ।

ସେହିପରି ଉମେଶ ଯାଦବ ମଧ୍ୟ ୧୪୦ରୁ ଊର୍ଦ୍ଧ୍ୱ ବେଗରେ ବଲ୍ ପକାଉଥିବାରୁ ତାଙ୍କ ପାଖରେ ବି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ମାତ୍ ଦେବାର ଯଥେଷ୍ଟ ଦକ୍ଷତା ରହିଛି ବୋଲି ଆଇସିସି ପକ୍ଷରୁ ଆୟୋଜିତ ଏକ ସାକ୍ଷାତକାରରେ ଟେଲର୍ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୯ ଦିନିକିଆ ବିଶ୍ୱକପ୍ ପରଠରୁ ଅଦ୍ୟାବଧି ଭାରତୀୟ ବୋଲରଙ୍କ ମଧ୍ୟରେ ସର୍ବାଧିକ ୱିକେଟ୍ ଦଖଲ କରିବା କ୍ଷେତ୍ରରେ ସିରାଜ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସେ ଏହି ସମୟ ମଧ୍ୟରେ ୨୨ଟି ଦିନିକିଆ ଖେଳି ୪୧ଟି ୱିକେଟ୍ ହାସଲ କରିଛନ୍ତି । ବିଶେଷକରି ପାୱାରପ୍ଲେ’ରେ ସେ ସବୁଠାରୁ ସଫଳ ଭାରତୀୟ ବୋଲର୍ ରହିଛନ୍ତି । ୨୨.୮୫ ହାରରେ ୨୬ଟି ୱିକେଟ୍ ଦଖଲ କରିଥିବା ସିରାଜ୍ ଗତ ୨୦୧୯ ଜାନୁଆରୀରେ ତାଙ୍କ ଦିନିକିଆ କ୍ୟାରିଅର୍ ଆରମ୍ଭ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking