25.1 C
Bhubaneswar
Monday, October 21, 2024
Homeଓଡିଶାରାମନବମୀ ଶୋଭାଯାତ୍ରାରେ ବେଳେ ଦୁର୍ଘଟଣା; କରେଣ୍ଟ ଲାଗି ୩ ମୃତ, ୪ ଗୁରୁତର

ରାମନବମୀ ଶୋଭାଯାତ୍ରାରେ ବେଳେ ଦୁର୍ଘଟଣା; କରେଣ୍ଟ ଲାଗି ୩ ମୃତ, ୪ ଗୁରୁତର

କୋଟା: ରାଜସ୍ଥାନର କୋଟାରେ ଗୁରୁବାର ରାମନବମୀ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁର୍ଘଟଣା ସୁଲତାନପୁର ସହରର କୋଟଡାଦୀପ ଗାଁରେ ହୋଇଛି । ଶୋଭାଯାତ୍ରା ବେଳେ କଳାବାଜୀ ଦେଖାଉଥିବା ଆଖଡ଼ାର ଯୁବକଙ୍କ ଚକ୍ର ଉପରେ ଯାଇଥିବା ହାଇଟେନ୍‌ସନ୍ ଲାଇନ୍‌ରେ ଅଟକି ଯାଇଥିଲା । ଚକ୍ରକୁ କାଢ଼ୁଥିବା ବେଳେ କରେଣ୍ଟ ଆଘାତରେ ୭ ଜଣ ଯୁବକ ଗୁୂରୁତର ହୋଇପଡ଼ିଥିଲେ ।

ସେମାନଙ୍କୁ ସୁଲତାନପୁର ହସ୍ପିଟାଲ୍ ନିଆଯାଇଥିଲା । ତେବେ ଡାକ୍ତର ତିନିଜଣଙ୍କୁ ମୃତ ଘୋଷଣା କରିଥିଲେ । କଳାବାଜୀ ଦେଖାଉଥିବା ସମସ୍ତେ ବଡ଼ୌଦ ନଗର ଶ୍ରୀ ମନ୍‌ଶାପୂର୍ଣ୍ଣ ବ୍ୟାୟାମଶାଳାର ସଦସ୍ୟ । ସୂଚନା ଅନୁସାରେ ଏହି ଘଟଣା ସନ୍ଧ୍ୟା ୫ଟା ବେଳେ ଘଟିଥିଲା । ଚକ୍ର କାଢ଼ୁଥିବା ବେଳେ କରେଣ୍ଟ ଆଘାତରେ ଯୁବକମାନେ ତଳେ ଝିଟିକି ପଡ଼ିଥିଲେ ।

ଏହା ପରେ ଦଳାଚକା ଆରମ୍ଭ ହୋଇଯାଇଥିଲା । ଲୋକମାନେ ଆହତଙ୍କୁ ସିପିଆର୍ ଦେବା ସହିତ ସେମାନଙ୍କ ଉପରେ ପାଣି ଢ଼ାଳିଥିଲେ । ଏହାପରେ ହସ୍ପିଟାଲ୍ ନେଇଥିଲେ । ଚିକିତ୍ସିତ ଅବସ୍ଥାରେ ବଡ଼ୌଦର ମହେନ୍ଦ୍ର ଯାଦବ ଅଭିଷେକ ନାଗର ଏବଂ ଲଳିତ ପ୍ରଜାପତିଙ୍କର ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking