25.1 C
Bhubaneswar
Monday, October 21, 2024
Homeଦେଶ ବିଦେଶଗୁପ୍ତଚର ଅଭିଯୋଗରେ ରୁଷ୍‌ରେ ଆମେରିକା ସାମ୍ବାଦିକ ଗିରଫ

ଗୁପ୍ତଚର ଅଭିଯୋଗରେ ରୁଷ୍‌ରେ ଆମେରିକା ସାମ୍ବାଦିକ ଗିରଫ

ମସ୍କୋ : ୱାଲ୍ ଷ୍ଟ୍ରିଟ୍ ଜର୍ନାଲ୍‌ରେ କାମ କରୁଥିବା ଜଣେ ଆମେରିକୀୟ ସାମ୍ବାଦିକଙ୍କୁ ଗୁପ୍ତଚର ଅଭିଯୋଗରେ ଗୁରୁବାର ରୁଷ ଗିରଫ କରିଛି । ରୁଷ୍‌ର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ୍ (ଏଫ୍‌ଏସ୍‌ବି) ଅଭିଯୋଗ କରିଛି ଯେ ଇଭାନ୍ ଗେର୍ଶକୋଭିଚ୍ ନାମକ ଏହି ସାମ୍ବାଦିକ ଆମେରିକା ପ୍ରରୋଚନାରେ ରୁଷ୍‌ର ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍ କମ୍ପେ୍ଲକ୍ସର ସୂଚନା ଏକାଠି କରୁଥିଲେ । ଇଭାନ୍‌ଙ୍କୁ ମସ୍କୋଠାରୁ ୯୦୦ କିମି ଦୂର ୟେକ୍ଟାରିମ୍ବର୍ଗ ନାମକ ସହରରୁ ଗିରଫ କରାଯାଇଛି ବୋଲି ଏଫ୍‌ଏସ୍‌ବି କହିଛି । ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, ଇଭାନ୍‌ଙ୍କ ବିରୋଧରେ ରୁଷ୍‌ର କ୍ରିମିନାଲ୍ କୋଡ୍‌ର ଧାରା ୨୭୯ ଅନୁସାରେ ମାମଲା ରୁଜୁ କରାଯାଇଛି ।

ଅନ୍ୟପକ୍ଷରେ ନିଜ ସାମ୍ବାଦିକଙ୍କ ଗିରଫକୁ ନେଇ ୱାଲ୍ ଷ୍ଟ୍ରୀଟ୍ ଜର୍ନାଲ୍ ଚିନ୍ତାବ୍ୟକ୍ତ କରିଛି । ତେବେ ଏହାକୁ ନେଇ ଆମେରିକା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହିଁ । ମସ୍କୋସ୍ଥିତ ଆମେରିକୀୟ ଦୂତାବାସ ନ୍ୟୁୟର୍କ ଟାଇମ୍ସର ଏକ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଛି । ରିପୋର୍ଟ ଅନୁସାରେ ଇଭାନ୍ ୱାଲ୍ ଷ୍ଟ୍ରୀଟ୍ ଜର୍ନାଲ୍ ବ୍ୟତୀତ ନ୍ୟୁଜ୍ ଏଜେନ୍ସି ଏଏଫ୍‌ପି, ଦ ମସ୍କୋ ଟାଇମ୍ସ ଏବଂ ନ୍ୟୁୟର୍କ ଟାଇମ୍ସରେ ମଧ୍ୟ କାମ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking