31.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶଦ ଏଲିଫ୍ୟାଣ୍ଟ ହ୍ୱିସପର୍ସ ଟିମ୍‌କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଦ ଏଲିଫ୍ୟାଣ୍ଟ ହ୍ୱିସପର୍ସ ଟିମ୍‌କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅସ୍କାର ପୁରସ୍କାରପ୍ରାପ୍ତ ଫିଲ୍ମ ଦ ଏଲିଫ୍ୟାଣ୍ଟ୍ ହ୍ୱିସ୍‌ପର୍ସର ପ୍ରଯୋଜିକା ଗୁନରନ୍ ମେଙ୍ଗା ଏବଂ ନିର୍ଦ୍ଦେଶିକା କାର୍ତ୍ତିକୀ ଗୋଞ୍ଜାଲ୍‌ଭେସ୍‌ଙ୍କ ସହିତ ସାକ୍ଷାତ କରିଛନ୍ତି । ୯୫ତମ ଅସ୍କାର ପୁରସ୍କାରରେ ‘ଦ ଏଲିଫ୍ୟାଣ୍ଟ୍ ହ୍ୱିସ୍‌ପର୍ସ’କୁ ଶ୍ରେଷ୍ଠ ଡକୁମେଣ୍ଟାରୀ ଶର୍ଟ ଫିଲ୍ମ ପୁରସ୍କାର ମିଳିଥିଲା । ଏହି ପ୍ରଧାନମନ୍ତ୍ରୀ ଦୁହିଁଙ୍କୁ ଏହି ବିଜୟ ପାଇଁ ବଧାଇ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡିଆରେ ଏହି ସାକ୍ଷାତ୍‌କାରର ଫଟୋ ଶେୟାର କରିଛନ୍ତି । ସେ ଲେଖିଛନ୍ତି ଫିଲ୍ମ ଦ ଏଲିଫ୍ୟାଣ୍ଟ୍ ହ୍ୱିସ୍‌ପର୍ସର ସଫଳତା ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରିଛି । ଆଜି ଫିଲ୍ମର ଟିମ୍‌କୁ ଭେଟିବାର ସୁଯୋଗ ମିଳିଲା । ସେମାନେ ପୂରା ବିଶ୍ୱରେ ଭାରତକୁ ଗୌରବାନ୍ୱିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking